ଜୀବନ ଚେସ୍ ପାଲିର ଖେଳ
ଜୀବନ ଚେସ୍ ପାଲିର ଖେଳ
ଭବ ସାଗରରେ ଭାସଇ ନଉକା
ବିନା ନାଉରୀରେ ଦେଖ ଲୋ ସଖୀ
ଜଳ ନାହିଁ ହେଲେ ଭଉଁରୀ ପଡ଼ିଛି
ପରତେ ନଯାଏ ଏ ଦୃଶ୍ୟ ଦେଖି l
ଯାହା ଦିଶୁଥାଇ ଆଖି କିଲୋ ସଖୀ
ସତ ତା' ଠାରୁ ବହୁତ ଦୂରେ
ଭେଦ ତୁ ପାଇବୁ ଆନ୍ତର୍ମୁଖୀ ହୋଇ
ଧ୍ୟାନ ଲଗାଇଲେ ଗୁରୁ ପୟରେ l
ଜୀବନଟା ସଖୀ ଚେସ୍ ପାଲିର ଖେଳ
ସଦା ଦେଖି ଚାହିଁ ଖେଳୁ ଥିବୁ
ରାଜା ରାଣୀ ସୈନ୍ୟ ମାଡି ଆସୁଥିବେ
ଦେଖି ଚାହିଁ ଗୋଟି ଚଳାଇବୁ ।
ଦେଖି ଚାହିଁ ସଖୀ ଚଳାଇବୁ ଗୋଟି
ଯିତିବା ପାଇଁ ତୁ' ବାଜି
ଯେତେ ତୁ ' ପ୍ରଖର କରିବୁଲୋ ବୁଦ୍ଧି
ସେତେ ସଂସାର ସୁଖରେ ପାରିବୁ ମଜି ।
ମସ୍ତିଷ୍କକୁ ସଦା କାମରେ ଲଗାଇବୁ
ସୈନ୍ୟ ହରାଇବା ପାଇଁ
କେଉଁ ମୁହୂର୍ତ୍ତରେ ମନଟିକୁ ତୋର
କେବେ ଦୁର୍ବଳ କରିବୁ ନାହିଁ ।
ସତର୍କ ଦୃଷ୍ଟିରେ ଗୋଟି ଚଳାଇଲେ
କେବେ ହେବନାହିଁ ପରାଜୟ
ଚେସ୍ ପାଲିର ଖେଳ ଏଇ ଜୀବନଟା
ବୁଦ୍ଧି ଖଟାଇଲେ ହେବୁ ବିଜୟ ।