ଜୀବନ ବୃକ୍ଷ
ଜୀବନ ବୃକ୍ଷ
କ୍ରମବିବର୍ତ୍ତନ ମଣିଷକୁ କରି ପ୍ରକୃତ ଜ୍ଞାନଶୀଳ ଓ ବିଚାରବନ୍ତ
ମାନବୀୟ ସନ୍ତାନକୁ ଦିଏ ଜନ୍ମ ଧରା ପୃଷ୍ଠେ ଏକ ସ୍ୱର୍ଗୀୟବୃକ୍ଷ
ସଦୃଶ ନାହିଁ ଯାହାର କୌଣସି ବ୍ୟସ୍ତତା ସଂସାର ଗୋଳମାଳେ
କେବେ ତେଣୁ ଅସୀମ ସରଳତା ପୂର୍ଣ୍ଣ ସ୍ଵଭାବେ କରେ ସେ ଦୃଢ଼
ବିଶ୍ୱାସ ସମଗ୍ର ମାନବ ଜାତିକୁ ଆଉ ମଣେ ଅତି ଆପଣାର ବୋଲି ସତେ ଯେପରି ସେ ଏକ ବିଶ୍ୱପ୍ରେମୀ ମହାତ୍ମା ସନ୍ଥ l
କରିବାକୁ ପ୍ରସ୍ତୁତ ମାନବକୁ ଏକ ଜାଗତିକ ସନ୍ନ୍ୟାସୀ ପରମେଶ୍ୱର
ସୃଷ୍ଟି କରିଥିଲେ ତାକୁ ନିଜ ରୂପ ଦେଇ ଏକ ଆଦର୍ଶ ପ୍ରତିରୂପ ଭାବେ
ତଥା ପ୍ରଦାନ କରିଥିଲେ ତାକୁ ତିନୋଟି ନିର୍ଦ୍ଦେଶ ମାତ୍ର ପାଳିବାକୁ
ଏହାକୁ ଦୃଢ଼ ସଂକଳ୍ପ ଶକ୍ତିରେ କାୟମନବାକ୍ୟେ ସ୍ଵଜଗତରେ l
ଅଭିଳାଷ କରିଥିଲେ ପୋଷଣ ପରମେଶ୍ଵର ପରିପୂର୍ଣ୍ଣ କରିବାକୁ
ବିଶ୍ୱ ଅଗଣିତ ସନ୍ଥଗଣଙ୍କ ପବିତ୍ର ପରିସରେ ଆଉ ଦେଇଥିଲେ
ଆଦେଶ ସେମାନଙ୍କୁ ବର୍ଦ୍ଧିତ କରିବାକୁ ଆହୁରି ଅସଂଖ୍ୟ ସନ୍ଥ
ପ୍ରତିଷ୍ଠା କରିବାକୁ ମର୍ତ୍ତେ ଈଶ୍ୱର ପ୍ରତିରୂପୀ ଏଜ ମାନବ ସମାଜ l
ବର୍ଦ୍ଧିତକରଣ ମାନେ ନୁହେଁ ସୃଷ୍ଟି କରିବାକୁ
ପ୍ରଚଣ୍ଡ ନିଷ୍ଠୁର ଅହଂବାଦୀ ସନ୍ତାନଗଣେ
ଅଗଣିତ ଧରାପୃଷ୍ଠେ ସ୍ଵପ୍ରବୃତ୍ତିର ଝୁଙ୍କେ
ବରଂ ବୃଦ୍ଧି କରିବାକୁ ଈଶ୍ୱରଙ୍କ ପ୍ରତିରୂପଗୁଡି଼କୁ ପୁଣ୍ୟକର୍ମରେ
ଜଡ଼ିତ ପବିତ୍ର ଚେତସ ସାଧୁ ସନ୍ଥ ଭାବେ l
ପରମେଶ୍ୱର ନିଜ ଅଭିଳାଷେ ଗଢ଼ିଥିଲେ ମାନବେ ପରୋପକାରୀ
ଓ ଉପଯୋଗୀ ଭାବେ ଦ୍ଵିତୀୟତଃ ଆହୁରି ବି ଆଦେଶି ଥିଲେ
ସେମାନଙ୍କୁ ହେବାକୁ ସଫଳ ଉକ୍ତ ଅଭିଯାନେ ପ୍ରାଣ ପଣେ ମର୍ତ୍ତ୍ୟେ l
ସଫଳତା ମାନେ ନୁହେଁ କେବେ ଉପଭୋଗ କରିବାକୁ ସେହି
ପୁଣ୍ୟ ଫଳ ତୁମମାନଙ୍କ ନିଜ ନିଜ ସ୍ୱାର୍ଥ ପୁରଣେ l କିନ୍ତୁ କର
ବଣ୍ଟନ ସେହି ପୁଣ୍ୟ ଫଳକୁ ସମଗ୍ର ମାନବ ଜାତି ମଧ୍ୟରେ
ଅବିରତ ଦୟାର୍ଦ ପୂର୍ଣ୍ଣ ଚିତ୍ତେ ଆଉ କର ସେମାନଙ୍କୁ
ଆହୁରି ସତର୍କ କରିବାକୁ ସୃଷ୍ଟି ସେମାନଙ୍କ ନିଜ ନିଜ ମଧ୍ୟରେ
ଆହୁରି ଅଗଣିତ ସାଧୁ ସନ୍ଥଗଣେ l
ତୃତୀୟତଃ ନିର୍ମାଣ କଲେ ଈଶ୍ୱର ମାନବକୁ ବିଶ୍ୱେ ଜଣେ
ଉନ୍ନତ ପ୍ରସାବିକା ପରି ଓ ଆଦେଶ ଦେଇଥିଲେ ତାକୁ ଦେବାକୁ
ପରିଚୟ ନିଜକୁ ଗୋଟିଏ "ଜୀବର ବୃକ୍ଷ" ସମ l
"ଜୀବନର ବୃକ୍ଷ" ବୁଝାଏ "ହେ ମାନବଗଣ! ହୁଅ ତୁମେ
ଅଭିଭାବକ ସମସ୍ତ ପ୍ରାଣୀଜଗତର ଅଛନ୍ତି ବିରାଜିତ ଯେଉଁମାନେ
ଚତୁର୍ପାଶ୍ୱେ ତୁମ ଗୋଟିଏ ବିରାଟ ବଟ ବୃକ୍ଷ ସମ ଏବଂ ଦୂର କରି
ଅସ୍ତିତ୍ଵାତ୍ମକ ସଂଘର୍ଷ ପ୍ରତିଷ୍ଠା କର ଜଗତେ ଏକ ସୁଖଶାନ୍ତି ପୂର୍ଣ୍ଣ
ମାନବ ସମାଜ" ମାନି ଏହି ସ୍ୱର୍ଗୀୟ ଐଶ୍ଵରୀୟ ବାଣୀ ସତତ l
ଅଟଇ ଉକ୍ତ ସର୍ବ ତଥ୍ୟାବଳୀ ଯଥାର୍ଥ ସନ୍ଦେଶାବଳୀ ପବିତ୍ର
ବାଇବେଲର ବଳକା ସନ୍ଦେଶ ସମୂହ ଅଟଇ ପ୍ରଭୁ ଯୀଶୁ ଏବଂ
ସମସ୍ତ ଐଶ୍ୱରୀୟ ଦୂତଗଣଙ୍କ ମୁଖ ନିଃସୃତ "ସକଳ ଶକ୍ତିର ଆଧାର ସୌର ଶକ୍ତିରେ ଉଦ୍ଭାସିତ ପୃଥିବୀ ପୃଷ୍ଠେ ବାୟୁ ପରଶେ ନେଇ ପ୍ରଶ୍ୱାସ ଓ ଛାଡ଼ି ନିଃଶ୍ଵାସ ବାଦଲର ଆଶିଷ ପୂର୍ଣ୍ଣ ଜଳଧାରାରେ ଉପୁଜାଇ ଖାଦ୍ୟଶସ୍ୟ ରନ୍ଧନ କର ଖାଦ୍ୟ ଆଉ ଗ୍ରହଣ କରି ତାକୁ ହୁଅ ଏକ
ହୃଷ୍ଟପୃଷ୍ଠ ବଟ ବୃକ୍ଷ ସଦୃଶ ସର୍ବ ମାନବୀୟ ଗୁଣେ ହୋଇ ଧୁରନ୍ଧର
ଆସ ଆଗେଇ ଗଢ଼ିବାକୁ ଏକ ଚିର ଉନ୍ନତ ମାନବ ସମାଜ l
ଅବଶ୍ୟ ଏକ "ଜୀବନ ବୃକ୍ଷ" ରୂପେ ମଣିଷ ହେବ ଦଣ୍ଡାୟମାନ
ଦିନେ ନିଶ୍ଚିତ ମର୍ତ୍ତ୍ୟ ଜଗତେ ଜୀଇଁ ସେ ନିଜେ ସମାଜର ପ୍ରତ୍ୟେକ ମାନବକୁ ବି ପାରିବ ଜୀଆଁଇ ସେ ତ୍ୱରିତେ l
