STORYMIRROR

Kalandi pal

Inspirational

4  

Kalandi pal

Inspirational

ଝୁରୁଛି କୌଶଲ୍ୟା ଝୁରୁଛି ଦେବକୀ

ଝୁରୁଛି କୌଶଲ୍ୟା ଝୁରୁଛି ଦେବକୀ

1 min
207


ଝୁରୁଛି କୌଶଲ୍ୟା ମାତା ରାମ ରାମ

     କୃଷ୍ଣଙ୍କୁ ଦେବକୀ ମାତା

ମଣ୍ଡିଲ ଯଶୋଦା କୋଳ ଶ୍ୟାମଘନ

      ରଖିଲ କୈକେଇ କଥା

ଆସ ଶ୍ୟାମଘନ ଝୁରେ ମାତା ମନ

      ଲିଭାଅ ମନର ବ୍ୟଥା ll


ଝୁରୁଛି ଅଯୋଧ୍ୟା ଝୁରେ ଦଶରଥ

     ଗଲ କି ସବୁ ପାଶୋରି

ଝୁରେ ଗୋପପୁର ଝୁରେ ଗୋପାଳୁଣୀ

     ଅକ୍ରୁର ନେଲା ହକାରୀ

ଆସ ହେ ଅଯୋଧ୍ୟା ଆସ ଗୋପପୁର

     ତୁମେ ପରା ପ୍ରାଣ କର୍ତ୍ତା ll


ଝୁରେ ରାଧାରାଣୀ ଝୁରେ ମୀରାବାଈ

     ଝୁରୁଛି ଯମୁନା କୂଳ

ଝୁରନ୍ତି ଗୋବତ୍ସା ଝୁରେ ତରୁଲତା

     ଝୁରନ୍ତି ଗୋପେ ଗୋପାଳ

ଆସ ହେ କହେଁଇ ଡେରି କର ନାହିଁ

     ପାଗଳ ପରାଏ ମଥା ll

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational