ଝରୁ ଅମୃତ ଝରଣ
ଝରୁ ଅମୃତ ଝରଣ


ମଣିଷ ଜୀବନ ପାଣି ଫୋଟକା ରେ କ୍ଷଣିକ ୟେ ରଙ୍ଗମଞ୍ଚ
ଅଭିନୟ ଶେଷେ ବାହୁଡ଼ି ଯିବୁରେ ନାଟକ ହୋଇଲେ ଶେଷ
ଖାଲି ଆସିଥିଲୁ ଖାଲି ହସ୍ତେ ଯିବୁ କେହି ନଥିବେ ସଙ୍ଗରେ
ଏକା ତୋର କର୍ମ ସହାୟ ହୋଇବ ଯିବାବେଳେ ଯମ ପୁରେ ।।
ସୁଖ ସରଧାରେ ସଂସାର ହାଟରେ ସ୍ନେହ ପ୍ରେମର ସଉଦା
କରି ସର୍ବଜନ ମନ କୁ ତୋଷିବୁ ବିନୟୀ ହୋଇ ସର୍ବଦା
ତେବେ ତୋ ଜୀବନେ ଶାନ୍ତିର ମଳୟ ପ୍ରବାହିତ ହେଉଥିବ
ପର ହୀତ ସାଧନରେ ପ୍ରାଣ ଗଲେ ଜୀବନ ଧନ୍ୟ ହୋଇବ ।।
ମରିବି ଅମର ହୋଇଯିବୁ ଧନ “ଯେତେଦିନ ସୂର୍ଯ୍ୟ ଚନ୍ଦ୍ର
ଥିବେ ୟେ ସଂସାରେ” ରଟୁଥିବ ନାମ ସବୁଠି ହୋଇ ଆଦୃତ
ମଧୁମୟ ଏହି ସଂସାର ସମୁଦ୍ର ସର୍ବେ ଅମୃତ ସନ୍ତାନ
ତୋ ପ୍ରାଣ ବିନ୍ଦୁକୁ ମିଶାଇଦେ ତହୁଁ ଝରୁ ଅମୃତ ଝରଣ ।।
ମିଛ ମାୟା ଏହି ଜଗତ ଏଠାରେ କେହି ନୁହଇ କାହାର
ମଧୁର ବଚନ ବିନୟୀ ଜୀବନ କାଟିଲେ ହେବୁ ଅମର ।।