ଝୋଟି ଚିତା
ଝୋଟି ଚିତା
ମାଟିର କାନ୍ଥରେ ଝୋଟିର ଲେଖା,
ଗଗନେ ଯେସନ ବିଜୁଳି ରେଖା।
ଗୋବର ମାଟିରେ ହୁଅଇ ଲିପା,
ତା ବିନା କାନ୍ଥ ଯେ ଦିଶଇ ଫିକା।
ପିଠଉ ପାଣିରେ ଝୋଟି ଝଲସେ,
ଫୁଲ ଫଳ ଚିତ୍ର ଜୀବନ୍ତ ଦିଶେ।
କାର୍ତ୍ତିକ ପୁନେଇଁ ଚଉରା ମୂଳେ,
ନା ନା ଝୋଟି ଚିତା ମନକୁ ଭୋଳେ।
ମାର୍ଗଶୀର ମାସରେ ଗୁରୁବାର,
ଝୋଟି ଚିତା ପଡେ କେତେ ପ୍ରକାର ।
ଗାଆଁ ରେ ଗୃହିଣୀ ସକାଳୁ ଉଠି,
ବାରଣ୍ଡା ଦୁଆରେ ପକାଏ ଝୋଟି ।
ଝୋଟି ପାଣି ଯେବେ ଖଳାରେ ପଡେ,
ଚାଷୀ ଭାଇ ମନ ଖୁସିରେ ଉଡେ।
ଓଡିଶା ରେ ଯେବେ ଆସେ ପରବ,
ଝୋଟି ଚିତା ଆମ ଗର୍ବ ଗୌରବ।