STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଝଞ୍ଜା ପରେପରେ ବହୁଛି ଝାଞ୍ଜି

ଝଞ୍ଜା ପରେପରେ ବହୁଛି ଝାଞ୍ଜି

1 min
241


 ଝଞ୍ଜା ପରେପରେ ବହୁଛି ଝାଞ୍ଜି

   ଝାଞ୍ଜି ପବନରେ ଯାଉଛୁ ସିଝି                 

ଗଛ ନାହିଁ ବୋଲି ଛାଇତ ସପନ

   ସବୁଜିମା ସବୁ ଯାଇଛି ହଜି

  ଝଞ୍ଜା ପରେପରେ ବହୁଛି ଝାଞ୍ଜି ।


  ଦିନୁଦିନ ଖରା ହୁଅଇ ଟାଣ

  ଡହଳ ବିକଳ ସବୁରି ପ୍ରାଣ

ଅ°ଶୁଘାତ ପରା ତରାଟୁଛି ଆଖି

  ପିଅ ପଣାପାଣି ପିଅରେ କାଞ୍ଜି

  ଝଞ୍ଜା ପରେପରେ ବହୁଛି ଝାଞ୍ଜି ।


 ସତେକି ସୂରୁଯ ଢାଳନ୍ତି ନିଆଁ

 ଦିଗଚଉଦିଗ ଲାଗେ ଛାନିଆ

ଖରାକୁତ ଯିଏ ଜଗି ନଚଳଇ

   ତୁଛାରେ ଜୀବନ ଲଗେତା ବାଜି

  ଝଞ୍ଜା ପରେପରେ ବହୁଛି ଝାଞ୍ଜି. 


  ଝାଞ୍ଜି କବଳରୁ ମୁକତି ପାଇଁ

  ଗଛ ଭରିଦେବା ଭଉଣୀ ଭାଇ

 ସବୁଜ ସୁନ୍ଦର ଧରା ହେବ ଆମ

  ଖରା ସାଥେ ଛାଇ ପାରିବ ଯୁଝି

  ଝଞ୍ଜା ପରେପରେ ବହୁଛି ଝାଞ୍ଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children