ଜହ୍ନରେ ଜହ୍ନ !
ଜହ୍ନରେ ଜହ୍ନ !


ଜହ୍ନରେ ଜହ୍ନ ,
ତୁ ଚୋରାଇ ନେଲୁ ମନ,
ହଜେଇ ଦେଲୁ ମଜେଇ ଦେଲୁ—୨—
ଭୁଲେଇ ଦେଲୁ ମନ |୦|
ତୁ ଦୂର ଜହ୍ନ ଦୂର ଆକାଶେ ,
ମାଟିକୁ କାହିଁକି ତୋ ହାତ ଆସେ ,
ସରମେ ମଲି , ଲାଜେଇ ଗଲି—୨—
ହଜେଇ ଦେଲି ମନ |୧|
ତୁ ରୂପା ଜହ୍ନ ମୁଁ ମାଟି ମଣିଷ ,
ତୋ ଘର ପରା ସାରା ଆକାଶ ,
ଆକାଶେ ଯାଉ ବଉଦେ ଲୁଚୁ —୨—
ଲୁଚି ତୁ ଥାଉ ଦିନ
|୨|
ନୀଳକଇଁ ହସେ ତୋ ମୁହଁ ଦେଖି ,
ପ୍ରଦୋଷେ ହସଇ ସାଙ୍ଗକୁ ସଖି,
ଅନ୍ଧାର ଆସେ ଜହ୍ନଟି ହସେ—୨—
ହସେରେ କୁଞ୍ଜବନ |୩|
ଶରତର ଜହ୍ନ ଛନଛନିଆଁ ,
ମନ ହେଉଥାଏ କନକନିଆଁ,
ଫୁଲ ସହର ଅଳକାପୁର —୨—
ମନ ବସନ୍ତ ଧନ |୪|
ରେ ଜହ୍ନ ତୁ ତ ପରାଣ ସଖି ,
ତୋର ମୁହଁ ଦେଖି ଭୁଲେ ମୋ ଆଖି,
ଆଖିରେ ଆଖି ମିଳେଇ ଦେଉ—୨—
ଚୋରେଇ ନେଉ ମନ |୫|