STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଜହ୍ନରାତି

ଜହ୍ନରାତି

1 min
203


ଆକାଶରେ କି ସୁନ୍ଦର

ଦେଖାଯାଉଛି ଜହ୍ନ..!

ପୃଥିବୀ ରେ ସୁନ୍ଦର ଜହ୍ନରାତି।

ଜହ୍ନର ତୁଳନା କାହିଁ କେଉଁକାଳୁ

ସବୁ ସୁନ୍ଦର ଜିନିଷ ରେ

ହେଉପଛେ ଜଟିଳ ଜୀବନର ପରିମିତି।

ସବୁବେଳେ ସୁନ୍ଦର 

ଦାଗ ଥାଇବି ,ଗ୍ରହଣୀୟ।

ଜହ୍ନରାତି ର ବାସ୍ନାରେ ।।

ସଞ୍ଚରି ଯାଏ ପ୍ରେମର ତରଙ୍ଗ

ଦେହ ମନ ଶୀତେଇ ଯାଏ

ବିନା ଶୀତ ୠତୁରେ।।

ଜହ୍ନରାତି ସବୁବେଳେ 

ସ୍ୱପ୍ନର ,ପ୍ରେମର ମାନକ ।

ବଦଳେନା ଜୀବନ ଟା ଯାକ

ମା କୋଳରେ ଦେଖିବାଠାରୁ

ମା ହେବାର ପୂର୍ବରୁ

ଜହ୍ନ ଆଉ ଜହ୍ନରାତି

ସମ୍ପୂର୍ଣ୍ଣ ଏକ।

କାଳେକାଳେ ଜହ୍ନରାତି

ଦେଖୁଥାଏ ,ଘେରୁଥାଏ ପୃଥିବୀ ଟା ଯାକ।।


Rate this content
Log in

Similar oriya poem from Abstract