ଝଙ୍କଡ ସାରଳା
ଝଙ୍କଡ ସାରଳା
କିମ୍ବଦନ୍ତୀ ପୁଣି ଭିନ୍ନ ଭିନ୍ନ ପ୍ରାୟ
ଝଙ୍କଡ଼ ଶାରଳା ନାମେ
ପୌରାଣିକ ତଥ୍ୟ ରହିଛି ଜଡ଼ିତ
ଯଥାର୍ଥରେ କାଳକ୍ରମେ
ତ୍ରେତୟାରେ ବିଷ୍ଣୁ ପର୍ଶୁରାମ ରୂପେ
ଷଷ୍ଠ ଅବତାର ବେଳେ
ଭ୍ରମଣ କ୍ରମରେ ପହଞ୍ଚିଲେ ଆସି
ଚନ୍ଦ୍ରଭାଗା ନଦୀ କୂଳେ
ବରଗଛ ମୂଳେ କ୍ରମେ ଧ୍ୟାନ ମଗ୍ନ
ବୁଡ଼ ସାରି ନଦୀ ଜଳେ
ନଦୀ କୂଳେ ଥିବା ଲୁକ୍କାୟିତ ଶକ୍ତି
ଅବଗତ ଧ୍ୟାନ ବଳେ
ଉଜ୍ଜ୍ବଳ ମୁଗୁନି ପଥର ସନ୍ଧାନ
ପ୍ରାପ୍ତ ହେଲେ ମାଟି ତଳେ
ଦେବୀଙ୍କର ଦିବ୍ୟ ପ୍ରତିକୃତି କ୍ରମେ
ତୀର ଧାରରେ ଆଙ୍କିଲେ
ଝଙ୍କାର ବା ପ୍ରତିଧ୍ଵନି ସୃଷ୍ଟି ହେଲା
ତୀର ମୁନର ସ୍ପର୍ଶରେ
ଝଙ୍କାର,ଝଙ୍କଡ଼ ଭାଷା ଗତ ଶବ୍ଦ
ବ୍ୟବହୃତ ଲୋକାଚାରେ
କିମ୍ବଦନ୍ତୀ ଧାରେ ଭେଟି ଥିବା ଗଛ
ଅଛି ,ଭେଟ-ବର ନାମ
ଶର ମୁନ ଦ୍ଵାରା ଖୋଦିତ ପ୍ରତିମା
ସାରଦା ବି ଅନ୍ୟ ନାମ
ଅନ୍ୟ ଜନଶ୍ରୁତି ଦେବୀଙ୍କ ସମ୍ବନ୍ଧେ
ରହିଛି ମାନ୍ୟତା ଧାରେ
ମାଟିର ସ୍ଖଳନ ହେଲା କ୍ରମାଗତ
ଧନୁ ତୀର ର ସ୍ପର୍ଶରେ
ସ୍ଵୟଂ ପର୍ଶୁରାମ ବରଗଛ ମୂଳେ
ଧନୁ ତୀର ଥିଲେ ଡେରି
ଭୁ-ସ୍ଖଳନ ଦେଖି ହୋଇଲେ ଆଶ୍ଚର୍ଯ୍ୟ
ନଦୀ ଜଳେ ସ୍ନାନ ସାରି
ପଥର ଖଣ୍ଡରେ ଶକ୍ତିମୟୀ ମୂର୍ତ୍ତି
ଦେଖିଲେ ଖନନ ପରେ
ଦେବୀ ମୂର୍ତ୍ତି କ୍ରମେ ସ୍ଥାପନା କରିଲେ
ସେହି ଗଛର ମୂଳରେ
ଦେବୀ ପୁରାଣ ଓ ଅନ୍ୟାନ୍ୟ ଗ୍ରନ୍ଥରେ
ଦକ୍ଷ ଯଜ୍ଞ ସମ୍ପର୍କିତ
ଚ୍ଛିନ୍ନ ସତୀ ଅଙ୍ଗ ମଧ୍ୟରୁ ଝଙ୍କଡ଼େ
ଜିହ୍ୱା ହୋଇଲା ପତିତ
ବାଣୀ ପୀଠ ନାମେ ପରିଚିତ ଏହି
ସାରଳା ସାରଦା କ୍ଷେତ୍ର
ଦେବୀ ସାରଳାଙ୍କୁ ଉତ୍କଳ ଭାରତୀ
ନାମେ ହେଉଛି ନାମିତ
ରୀତିନୀତି ଧାରେ ହୁଏ ତନ୍ତ୍ର ପାଠ
ଆବାହମାନ କାଳରୁ
ଏକ ଶାକ୍ତ ତନ୍ତ୍ର ପୀଠ ର ମାନ୍ୟତା
ରହିଛି ଯୁଗ ଯୁଗରୁ
କିମ୍ବଦନ୍ତୀ ଧାରେ ଝଙ୍କଡ଼ ସାରଳା
ହେଲେ ସ୍ଵୟଂ ଆବିର୍ଭୁତ
ଧନ୍ୟ ପ୍ରଭୁ ପର୍ଶୁରାମଙ୍କ ତୁଣିର
ଝଙ୍କଡ଼ ଆଜି ଗର୍ବିତ
