STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ଝିଅ ଓ ବୋହୂ

ଝିଅ ଓ ବୋହୂ

1 min
267

 ଝିଅ ସିନା ମୋର  ଗରବ ମୋହର

    ବୋହୂ ମୋର ଅଭିମାନ,

ଦୁଇ ଜଣ ଯାକ  ବଢ଼ାଇ ଅଛନ୍ତି

    ସଦା ମୋର ସନମାନ ।


କାଲି ଥିଲା ସିନା  ଝିଅ ପାଶେ ମୋର

    ଆଜି ପାଶେ ଅଛି ବୋହୂ ,

ଦୁହିଁଙ୍କର ଏହି   ଭକତି ଶରଧା

   ସଦା ମୋ ଉପରେ ଥାଉଁ ।


ଝିଅ ବିଭା ପରେ  ଅଭାବ ତାହାର

   ମୋତେ ଦୁଃଖ ଦେଇ ଥିଲା,

ବୋହୂଟି ଆସିଲା   ଦୁଃଖ ପ୍ରଶମିଲା

   ସଂସାର ମୋ ପୂର୍ଣ୍ଣ ହେଲା ।


ଝିଅ ମୋ ସାଜିଛି   ପର ଘରେ ବୋହୂ

     ପର ଝିଅ ବୋହୁ ମୋର,

ସମ ସ୍ନେହ ଶ୍ରଦ୍ଧା   ଦେଉଛି ଦୁହିଁଙ୍କୁ

     ଦୁହେଁ ମୋର ଆପଣାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational