STORYMIRROR

kamal kumar dash

Abstract

3  

kamal kumar dash

Abstract

ଝଡ଼

ଝଡ଼

1 min
340

 

ଆକାଶରେ ଝଡ଼  ସମସ୍ତେ ଦେଖନ୍ତି 

   ମନ ଝଡ଼ ଦେଖେ କିଏ 

କଥାରେ କାହାର   ଚାତି ଫାଟିଯାଏ 

    ହୃଦୟଟା ଜାଳି ଯାଏ (1)

ଆପଣାର ଭାବି   ଲୋକଙ୍କୁ କହିଲେ 

    ଲୋକ କି ବୁଝିବେ ଭାଇ 

କିଏ ବୁଝାଇବ     ଘଡ଼ିଏ ଦି ଘଡି 

    କିଏ ଯିବ ହସି ଦେଇ(2)

ମନ କଥା ଖାଲି   ମନରେ ରଖିଲେ 

   ଦେବସେ ମନ କୁ  ଜାଳି 

ତୁମ ପାଇଁ ସାଥି   ମନ ର ବ୍ୟଥାକୁ 

   କାଗଜରେ ଦେଲି ଢାଳି(3)

ଭାବୁଛି ପଢିବ   କିଛି ମୋ କବିତା 

   ଟିକିଏ ସମୟ ଦେଇ 

ଭୁଲିବନି ମୋତେ   ମୋ କବିତା ପଢି 

   ହସିବ ମାନେ ପକାଇ(4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract