STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଝଡ ପରେ ଆସେ ଝଡ

ଝଡ ପରେ ଆସେ ଝଡ

1 min
263


   ବାତ୍ୟା ବତାସକୁ ବର୍ଷ ସାରା ଭୟ

   ଝଡ ପରେ ଆସେ ଝଡ

   ଅଣ୍ଟାକୁ ସଳଖି ଚାଲିଲା ବେଳକୁ

   ଉଜୁଡି ଯାଉଛି ନୀଡ ।


   ପ୍ରକୃତି ଏମିତି ଦାଉ ସାଧୁଅଛି

   ଡର ଲାଗେ ରାତି ଦିନ

   ପବନ ବହିଲେ ଲାଗଇ ଯେମିତି

   ତୋଫାନର ଗରଜନ ।


   ପାଣିପାଗ ବାଲା କୁହନ୍ତିତ ଯଦି

   ହେଲା କାହିଁ ଲଘୁଚାପ

   ସମୁଦ୍ର କୂଳିଆ ଲୋକଙ୍କର ଏଣେ

   ବଢିଯାଏ ରକ୍ତ ଚାପ ।


  ଝଡ ମାନେ ନାହିଁ ଧନୀକି ଗରିବ

   ସଭିଙ୍କୁ ଉଜାଡି ଦିଏ

   ଆଶ୍ରୟ ସ୍ଥଳରେ ସଭିଏଁ ଖୋଜନ୍ତି

   ବଞ୍ଚିବାର ରାହା ଖିଏ ।


   ଝଡ ଛାଡିଗଲେ ଗାଆଁକୁ ଆସଇ

   ରିଲିଫ୍ ବାଣ୍ଟିବା ଗାଡି

   ଭେଦଭାବ ସବୁ ପାଶୋରି ପକାଇ

   ସଭିଏ ଲଗାନ୍ତି ଧାଡି ।

 

  ଏମିତି ତ ଯଦି ଭୁଲି ଭେଦଭାବ

   ସଭିଏଁ ଲଗାନ୍ତେ ଗଛ

   ପୃଥିବୀର ତାପ ବଢନ୍ତାନି ଆଉ

   ହୁଅନ୍ତାନି ଅବପାତ ।


  ଲଘୁଚାପ ନେଲେ ଅବପାତ ରୂପ

  ଝଡ ବାତ୍ୟା ଆସେ ମାଡି

  ଗଛ ଭରିଦେଲେ ଉତ୍ତାପ କମିବ

  ଝଡ ଯିବ ବାଟ ମୋଡି ।

   

   

   


   



Rate this content
Log in

Similar oriya poem from Children