ଜଗନ୍ନାଥ
ଜଗନ୍ନାଥ


ଜଗନ୍ନାଥ
ଆହେ ପ୍ରଭୁ ପଦ୍ମମୁଖ
କୁହ ତୁମେ ସତ ସତ
କଲ ନବ ଦିନ ଯାତ
ଦେଖି ଲ ତୁମେ
ବଡ଼ଦାଣ୍ଡେ କେତେ ଭକତ
କାହିଁ ଗଲେ ସବୁ
ଏ କଥା କୁ କିବା ନଜାଣିଲ
ଅଛନ୍ତି ସର୍ବେ ଗୃହ ବନ୍ଦୀ
ନୟନ ରୁ ଅଶ୍ରୁ ଢାଳନ୍ତି
ବିଳାପ କରୁଛନ୍ତି
ଏ କଥା କୁ କାହିଁକି
ନ କଲ କର୍ଣ୍ଣପାତ
ତୁମ୍ଭର ପ୍ରଭୁ କି ନ୍ଯାୟ
ଶୁଣି ଥାନ୍ତ କେତେ ଗୁହାରୀ
ପାପି ତପି କୁ ଦିଅନ୍ତ ତାରି
କିମ୍ପା କରୁଛ ନୀଳାଦ୍ରି ବିଜେ
ଆଜି କରୁଛୁ ମିନତୀ
ଦିଅ ହେ ଆଶିଷ ଭରି
ଏତିକି ମାଗୁଣି ଆମ୍ଭରି ।