STORYMIRROR

Jagannath Das

Abstract

4  

Jagannath Das

Abstract

ଜଗନ୍ନାଥ

ଜଗନ୍ନାଥ

1 min
374


ଜଗତ କରତା ସରବ ବିଧାତା

ତୁହି ଜଗନ୍ନାଥ ଅଟୁ

ତୋହରି ଚରଣ ରେଣୁ ରତନରେ

ଦୟା କର ଦୀନ ଖଟୁ


ଗତି ମୁକ୍ତି ପଥ ନିୟନ୍ତ୍ରଣେ ଅଛୁ

ସରବେ ତୋର ଅଧିନ

ଡାକିଲେ ତୋତେ ରେ ଭାବରେ କାଳିଆ

ଭୟ ଯାଏ ତତ କ୍ଷଣ


ନଟବର ତୁହି ଆରେ ରେ ନଟିଆ

ଭାବ କୁ ନିକଟେ ଥାଉ

ସ୍ଵଛ ମନେ ତୋତେ ସର୍ବଦା ଭଜିଲେ

ଦୁଃଖ ସଂଗେ ସଂଗେ ନେଉ


ଥୟ କରି ମନ କରୁ ତୁ ଚିନ୍ତନ

ଏହି ଜୀବଗଣ ପାଇଁ

ଥକିଣ ନ ଯାଇ ଭଜ ବାଈ ମନ

ଦାରୁ ରେ ଜଗତ ସାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract