STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଜଗନ୍ନାଥ ପରଂବ୍ରହ୍ମ

ଜଗନ୍ନାଥ ପରଂବ୍ରହ୍ମ

1 min
342


ଦାରୁବ୍ରହ୍ମ ଜଗନ୍ନାଥ ପରଂବ୍ରହ୍ମ

ଦାରୁ ହିଁ ଅକ୍ଷୟ ବ୍ରହ୍ମ

ଅପରିବର୍ତ୍ତନଶୀଳ ଅବିନାଶୀ

ସୂକ୍ଷ୍ମ ସତ୍ତା ରୂପେ ବ୍ରହ୍ମ।

ଦାରୁବ୍ରହ୍ମ ଅବିନାଶୀ ନିରାକାର

ବ୍ରହ୍ମ ଅବିନାଶୀ ତତ୍ତ୍ଵ

ସର୍ବ ତତ୍ତ୍ୱ ମଧ୍ୟେ ଶ୍ରେଷ୍ଠ ତତ୍ତ୍ଵ ସେହି

ଅନ୍ୟତମ ବ୍ରହ୍ମ ତତ୍ତ୍ଵ।

ସୃଷ୍ଟି ସ୍ଥିତି ପ୍ରଳୟ ଉତ୍ପତ୍ତି ଯେଉଁଠୁ

ସେହି ବ୍ରହ୍ମ ପରଂବ୍ରହ୍ମ

ଅଭେଦ ଭୂତ ଭବିଷ୍ୟ ବର୍ତ୍ତମାନ

ପରଂବ୍ରହ୍ମ ସ୍ୱୟଂ ବ୍ରହ୍ମ।

ସବୁ ସ୍ଥିତିରେ ସମ ନିତ୍ୟ ଆଶ୍ରୟ

ଆଧାର ଅଟଇ ବ୍ରହ୍ମ      

ଯାହାଙ୍କ ଶକ୍ତିରେ ସର୍ବ ଶକ୍ତିମାନ

କାର୍ଯ୍ୟକ୍ଷମ ସେହି ବ୍ରହ୍ମ। 

ସଗୁଣ ନିର୍ଗୁଣ ନିରାକାର ବ୍ରହ୍ମ

ସାକାର ହିଁ ଅଟେ ବ୍ରହ୍ମ

ଜଗନ୍ନାଥ ଅଟେ ସ୍ଵୟଂ ପରଂବ୍ରହ୍ମ

କଳିରେ ହିଁ ଦାରୁବ୍ରହ୍ମ।             

ଟୋପାଏ ଜଳ ବି ସମୁଦ୍ରର ଅଂଶ

ଅଛି ମହତ୍ତ୍ଵ ବିଶେଷ         

ସମଗ୍ର ବ୍ରହ୍ମ ଏକ ପୁଣି ଅଭିନ୍ନ

ମାତ୍ର ଆକ୍ଷରିକ ଅଂଶ ।       

ଦାରୁ ବିଗ୍ରହ ଅଟଇ ସୂକ୍ଷ୍ମତ୍ତମ

ଭକ୍ତଙ୍କ ପାଇଁ ଅଦୃଶ୍ୟ           

ସ୍ଥୂଳ ତଥା ଦୃଶ୍ୟମାନ ବିଗ୍ରହର

ବ୍ରହ୍ମ ହିଁ ପରିପ୍ରକାଶ ।   

ଦାରୁ ବିଗ୍ରହରେ ଥିବା ବ୍ରହ୍ମ ଅଟେ

ସତ୍ୟ ଅକ୍ଷର ପୁରୁଷ        

ଅବିନାଶୀ ଅପରିବର୍ତ୍ତନଶୀଳ 

ସତ୍ୟ ପରମ ପୁରୁଷ ।         

ବଳଭଦ୍ର ପୁରୁଷ,ସୁଭଦ୍ରା ପ୍ରକୃତି

ଜଗନ୍ନାଥ ହିଁ ପରମ           

କ୍ଷର ଅକ୍ଷର ପୁରୁଷ ସମନ୍ଵୟ 

ତହିଁ ସମ୍ଭୂତ ପରମ।

ଦାରୁବ୍ରହ୍ମ ବିଗ୍ରହ ଚୈତନ୍ୟ-ମୟ

ସଂପୂର୍ଣ୍ଣ ସଚ୍ଚିଦାନନ୍ଦ 

ଭକ୍ତି ଭାବ ଥାଇ ଦର୍ଶନ ଲଭିଲେ

ସଦା ମିଳିବ ଆନନ୍ଦ।

ଶ୍ରୀ କ୍ଷେତ୍ର ମଧ୍ୟସ୍ଥ ପଦ୍ମ ଫୁଲ ଯହିଁ

ତହିଁ ରତ୍ନ ସିଂହାସନ

ରତ୍ନ ସିଂହାସନେ ଦାରୁ ବିଗ୍ରହ 

ଅଛନ୍ତି ବିରାଜମାନ।

ଗୁଢ଼ ରହସ୍ୟ ଜାଣିବାକୁ ମନରେ

କେବେ କରିନି କଳ୍ପନା

ଦାରୁ ରୂପେ ଶ୍ରୀ କ୍ଷେତ୍ରେ ଶ୍ରୀ ହରି ବିଜେ 

ମାତ୍ର ଏତିକି ଜଣା।

ସେ ଦାରୁ ବ୍ରହ୍ମଙ୍କ ଚରଣେ ଶରଣ

ରହୁଥାଉ ଭକ୍ତି ଭାବ

ସଂସାର ମାୟାରୁ ପାରିହେବା ପାଇଁ

କୃପା କରନ୍ତୁ ମାଧବ।



Rate this content
Log in

Similar oriya poem from Abstract