ସରିଗଲା ଜାତ ଭକ୍ତ ଆତଯାତ
ଆଡପମଣ୍ଡପ ଦର୍ଶନ ଓ ପୋଡ଼ପିଠା
ତୁମ ରସଗୋଲା କଣ ଏତେ ମିଠା
ଫିଟିଲା ଘଣ୍ଠି ଛିଡି କଳି ଅଠା
ଧଳା ରସଗୋଲା ଖାଇ ଲଷ୍ମୀମାଇ
କହି ସେବାୟତେ ଗୁମୁଟ କବାଟ ଫିଟା
ଜଗନ୍ନାଥ ସେତ ଜଗତ ବାନ୍ଧବ
ସ୍ତ୍ରୀ ହେଲେ ତାଙ୍କ ଏତେ ହଟହଟା
ସମସ୍ତେ ଜାଣିଲେ ମାଆ କମଳିନୀ
ଭାଙ୍ଗିଲେ ରଥ କାଠ ପଟା ଗୋଟା
ଭକତ ବାନ୍ଧବ ଜଗନ୍ନାଥ ଯେବେ
କାହାକୁ କହିବେ ହୋଇ ନିଲଠା
ବାପା ଯେ ସମୁଦ୍ର ଟେକି ଦେଲେ ଝିଅ
ଦେଖି ବଳିଆରଭୁଜଙ୍କ ଭକ୍ତି ପଠା
ମାଆ ଲଷ୍ମୀ ଭାବିଲେ ରଥ ହେବ
ତାଙ୍କ ପାଇଁ ବୋଧେ ଗଢ଼ା ନୂଆ ଗୋଟା
ସେ କିବା ବୁଝନ୍ତି ଜଗତ ସାଆନ୍ତେ
ଭାଙ୍ଗିବେ ନାହିଁ ସୁସ୍ଥ ପରମ୍ପରା ମୋଟା
ଦୁସ୍ଥ କହି ମହାମାୟୀ ଭାଙ୍ଗି ରଥ ପଟା
ଜଗତ ଜାଣିଲା ବାଇ ଠାକୁରାଣୀ ଲଷ୍ମୀ
ଅନ୍ନ ପରଷିବେ କାହାକୁ ରୋଷ ଘର ଫିଟା
ଜଗତଠକୁର ଆଡ଼ପ ମଣ୍ଡପେ ପକାଉଠା
ଭକତ କିପରି ପାଇ ଦର୍ଶନ କରି ସେବନ
ଗୁଣ୍ଡିଚାରା଼ଣୀଙ୍କ ଅଭଡ଼ାଖେଚେଡ଼ି ଦୁଇ ମୁଠା
ଜଗନ୍ନାଥ ସେତ ମଣିଷ ଠାକୁର ପୁରୀର
ଭଲଲାଗେ ଜନ୍ମବେଦୀ ପୀଠ ପୋଡ଼ପିଠା
ଆଖିବୁଜିଦେଇ ସହିଲେ ଟିକେ ଅମୃତ ବର୍ଷିବ
ଆଷାଢ଼ ଶ୍ରାଵଣ ଦୁଇମାସ ଓଦା ମାଟିମୁଠା
ଚାଷୀ ଯିବ ଯଦି ଋଷି ସଂସ୍କୃତି ସଭ୍ୟତା ପରଷି
କେଡେ ବଡନାମ ହେବ ଦିଅଁ ନୁଁହଁ
ଦାରୁ ବ୍ରହ୍ମ ନାମେ କାଠ ଗଣ୍ଡିଗୋଟା
ମାଆ ଲଷ୍ମୀ ବୁଝିଲେ ସାଇଁ ଭକତର ଗୋଟା
ସଂସାରକୁ ଦେଖେଇବାକୁ ଭାଇ ଭଉଣୀଙ୍କୁ
ସଙ୍ଗେ ନେଇ ଚଳିଲେ ପିନ୍ଧି ସମ୍ପର୍କ ମଠା
ଆଉ ରାଗିବାକୁ ନଦେଇ କମଳିନୀଙ୍କୁ
କହନ୍ତି ପ୍ରାଣସହୀ ଚଞ୍ଚଳ କବାଟ ଫିଟା
ଲଷ୍ମୀମାୟୀ ରସଗୋଲା ଖାଇ ଛଡ଼ାନ୍ତି ସିଠା
ସମୁଦ୍ରକୁ ଶଙ୍ଖେ ଦର୍ଶନ ସୁନାବେଶ ସୁଶୋଭନ
ଆର ବରଷକୁ ଚାହିଁଥା ଭକତ ନେତ୍ର ପବିତ୍ର
ଦେଖି ଚକାଆଖି ଭକତ ଆଖି ଦୁଇଟା
,,,,,,,,,,,,,,,