STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଜଗା ଗଲେ ଗୁଣ୍ଡିଚା ବାଡ଼ି

ଜଗା ଗଲେ ଗୁଣ୍ଡିଚା ବାଡ଼ି

1 min
2


ଘର ଖାଲି କରି ଗଲ ପର କରି 

ହେ ଦାରୁ ଦେବତା 

ତୁମେ ପରା ହର୍ତ୍ତା କର୍ତ୍ତା ଦଇବ ବିଧାତା 

ସମ୍ପର୍କର ସୂତ୍ରଧର ଭିଡି ଦଉଡି 

ଭକ୍ତଙ୍କୁ ନିଅ ଘୋଷାଡି ଗୁଣ୍ଡିଚା ବାଡ଼ି 

ନାହିଁ କୋଳାହାଳ ନାହିଁ ପଞ୍ଚାଙ୍ଗ 

ଶୁଭୁନାହିଁ ଓଁକାର ଚତୁର୍ବେଦ 

ତୁମ୍ଭେ ଗଲ ଘରଛାଡି ଶୁନ୍ୟ ନିର୍ବେଦ 

ଭାବିଲନି ତୁମ ବିନା ରତନବେଦୀ 

ଭାବିଲନି ରତ୍ନଭଣ୍ଡାର ଖୋଲିବ ଚାବି 

ଭାବିଲନି ଥରେ ପତ୍ନୀଙ୍କୁ ଲାଗିବ ବନ୍ଦୀ 

ସ୍ୱାମୀ ଶିଖାଇଲ ସମାଜକୁ ହେବାକୁ ବେଦରଦୀ 

ତୁମ ବିନା ଗଛରୁ ହଲେନା ପତ୍ର 

ତୁମବିନା ପ୍ରଭୁ କାହିଁ ଜୀବନ ସୂତ୍ର 

ତୁମେ ପରା ପରଂବ୍ରହ୍ମ ଅନାଦି ଅନନ୍ତ 

ତୁମେ ଗଲେ ମନ୍ଦିରରୁ ଲାଗେ ନିର୍ବେଦ 

ନବଦିନ ଯାତ୍ରା ସାରି ସଅଳ ଆସଫେରି 

ଲଷ୍ମୀମାଆ ବସିଛନ୍ତି ମନମାରି 

ସଂସାରେ ଶିଖାଅ ସଭିଙ୍କୁ ହୋଇ ସଂସାରୀ 

ଭାଇ ଭଉଣୀ ନୁହଁନ୍ତି ଭଗାରି 

 ମାତାଙ୍କୁ ସଙ୍ଗେ ନେବା ଉଚିତ ଥିଲା ତୁମରି 

ତୁମେ ପ୍ରଭୁ ଆନ୍ତର୍ଯ୍ୟାମୀ କରି କରାଅ ସବୁରି 

ଜାଣେ ପ୍ରଭୁ ପଣେ ତୁମେ ଯାହା କର

 ହେବ ନିଶ୍ଚୟ ମଙ୍ଗଳକାରୀ

ସଚରାଚର ପ୍ରାଣୀଙ୍କ ଶୁଣ ଗୁହାରି

ଅଧରପଣା ପିଇବାକୁ ମନ ଭରି 

 ସୁନାବେଶ ଦର୍ଶନେ ଆଖି ପବିତ୍ର କରି 

ରସଗୋଲା ଦେଇ ମନ୍ଦିରେ ପ୍ରବେଶ 

ଲଷ୍ମୀ ମାଆ ତୋଷ ସର୍ବେ ହେବେ ହରଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics