STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ଜେଜେଙ୍କଠାରୁ ଶୁଣିଥିବା ଗପ

ଜେଜେଙ୍କଠାରୁ ଶୁଣିଥିବା ଗପ

1 min
270

ପିଲାବେଳେ ଯେବେ ଗପ ଶୁଣିବାକୁ ଇଚ୍ଛାଟିକେ ମୋର ହେଲା

ବୋଉ ପାଖେ ଯାଇ କହିଲି ମୁଁ ଚାହିଁ ଗପଟିଏ କୁହ ଭଲା

ବୋଉ ମୋ କହିଲେ କେତେ କାମ ମୋର ପାରିବିନି ଗପ କହି

ଗପଟିଏ ଯଦି ଶୁଣିବାର ଅଛି ବାପାଙ୍କୁ ତୋ କହ ଯାଇ


ବାପାଙ୍କ ପାଖକୁ ଯାଇ ମୁଁ କହିଲି ବାପା ଗପଟିଏ କୁହ

ବାପା ମୋ କହିଲେ କେତେ କାମ ମୋର ଦେଖୁନାହୁଁ, ଟିକେ ରହ

ଗଲି ମୁଁ ବାହାରି ମନଟିକୁ ମାରି ବସିଲି ବାହାର ଖଞ୍ଜେ

ପାଦ ଚିପି ଚିପି ଅତି ସରାଗରେ ଆସିଲେ ମୋ ପାଖେ ଜେଜେ


କହିଲି ଜେଜେ ମ ମନ ଦୁଃଖ ମୋର ଗପ କେହି କହୁନାହିଁ

ଜେଜେ ମୋ କହିଲେ ଏଇ କଥାଟାକୁ ଗୁମାନ କରିଛୁ ତୁହି

ଜେଜେ ମୋ କହିଲେ ଟୁଆଁ ଟୁଇଁ କଥା କହିଲେ ବଉଳା ଗାଈ

ବୁଢ଼ୀ ଅସୁରୁଣୀ ପୁରାଣ କାହାଣୀ କେତେ କେତେ ଗଲେ କହି


ଜେଜେଙ୍କର ଗପ ମନେ ମୋର ଛାପ ଆଜି ବି ଯାଇଛି ରହି

ତାଙ୍କରି ସେନେହ ଗଳ୍ପରେ ପ୍ରେରଣା ବଞ୍ଚି ମୁଁ ରହିଛି ନେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract