Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.5  

BISWESWAR MAJHI

Inspirational

ଜାଣିଛକି

ଜାଣିଛକି

1 min
332



ଜାଣିଛକି ପିଲେ   ଦେବଭୂମି ବୋଲି

   ପରିଚିତ ଆମ ଦେଶ

ଜାଣିଛକି ପିଲେ  ଗୋ ଗଂଗା ଗାୟତ୍ରୀ

   ମାଆ ସମ ଆମ ଦେଶ ।

ଜାଣିଛକି ପିଲେ   ଦେଶ ମାତୃଭୂମି

   କେବଳ ଆମରି ଦେଶେ

ଜାଣିଛକି ପିଲେ   ନାରୀ ବନ୍ଦନୀୟା

   କେବଳ ଆମରି ଦେଶେ ।

ଜାଣିଛକି ପିଲେ   ନଦୀ ପରବତ

   ପୂଜାପାଏ ଆମ ଦେଶେ

ଜାଣିଛକି ପିଲେ  ପିତା ମାତା ଗୁରୁ

   ଈଶ୍ୱର ସମ ଏ ଦେଶେ ।

ଜାଣିଛକି ପିଲେ   ଓଁକାର ମହତ୍ୱ

   ପାଇଛି ଆମରି ଦେଶେ

ଜାଣିଛକି ପିଲେ    ସର୍ବେ ଭବନ୍ତୁ

  ସୁଖିନଃ ଏ ଦେଶ ଭାଷେ ।

ବେଦୋପନିଷଦ  ମୁନି ଋଷି ଆମ

   ସଂରଚନା କଲେ ହେଳେ

ଚରକ ଶୁଶୃତ  ଆୟୁର୍ବେଦ ଶାସ୍ତ୍ର 

  ବିଶ୍ୱ ସଭ୍ୟତାକୁ ଦେଲେ ।

ଅଣୁ ପରମାଣୁ   ମହୀୟାନ ବୋଲି

   ଚିହ୍ନାଇଲା ଆମ ଦେଶ

ଶୂନର ମହତ୍ୱ    ସାରା ଜଗତକୁ

   ଜଣାଇଛି ଆମ ଦେଶ ।

ସଂଖ୍ୟାର ଗଣତି   ବୀଜ ଗଣିତ ବି

    ଅବଦାନ ଆମ ଦେଶ 

ବୈଦିକ ଗଣିତ   ହିସାବ କରଇ 

   ଯାନ ଚାଲେ ମହାକାଶ ।

ଆମ ଦେଶ ଥିଲା  ସାରା ଜଗତର

    ଆଲୋକ ବର୍ତ୍ତିକା ଦିନେ

ପୂର୍ବ ପୁରୁଷଂକ    ମହିମା ଆମର 

   ପଡ଼ୁ ନାହିଁକିରେ ମନେ ।



Rate this content
Log in

Similar oriya poem from Inspirational