STORYMIRROR

B Shankar Mishra. Zitunana

Abstract

3  

B Shankar Mishra. Zitunana

Abstract

ଜାଣି ଅଜଣା

ଜାଣି ଅଜଣା

1 min
12K

ଚଳଚଞ୍ଚଳ ପୃଥିବୀଟା ଆଜି ଲାଗେ ଶୂନ୍ ଶାନ୍

ସ୍ଥଳଭାଗେ ନାହିଁ ସେ କୋଳାହଳ

ନା ଆକାଶବକ୍ଷୁ ଶୁଭେ ଘୁଉଁଘୁଉଁ ଗୁଞ୍ଜନ 

ନା ଦୃଶହୁଏ ଲାଞ୍ଜଭଳି ଲମ୍ବିଯାଉଥିବା ଧଳାଧୂଆଁର ବାଦଲ

ଭୟ ଲାଗେ ସାଙ୍ଗେ ସାଥୀ ତାର

କଳାବାଦଲ କୁ ସେ ଝଲମଲ ବିଜୁଳୀ

ପୁଣି ହୃଦୟକୁ ଦୋହଲାଏ

ସୁଉ ସୁଉ ପବନ 

ଘଡଘଡି ର ସେ ବିକଟାଳ ଗର୍ଜନ

ତାର ବୁକୁ ଚିରି ଗଳୁଥିବା ଜଳେ

ଭିଜିଥାଏ ଧରା ପୁଣି ଫୁଲିଉଠେ ନଦନଦୀ

ଗୋଟେ ପଟେ ବଂଚାଏ ତ

ଅନ୍ୟ ପଟେ ନିଏ କିଛି ଜୀବନ


ତା ନିୟମୁ ହଟାଇ ପରଦା

ସ୍ୱୀକାର କର ତାରେ

ପୁରା ଅଚଂଛା କୀଳା ଜାଣ

ତା ବାଟ ଓଗାଳିଲେ, ଠପ ହୁଏ ପ୍ରାଣ

କରାଳ ରୂପେ ଦେଖାଏ ସେ ତା ତାଣ୍ଡବ

ଦୁର୍ବିପାକ ପୁଣି ଛିନ୍ ଭିନ୍ ସାର ହୁଏ

ଆତଂକେ ରହିଥାଏ ପ୍ରାଣ ଆଉ ମନ

ବିଜ୍ଞାନ ବି ମୁଣ୍ଡ ପାତେ

ବଞ୍ଚିବାକୁ ଜାରିଥାଏ ଲଗାତର ସଂଘର୍ଷ

କର୍ମମୟ ଜୀବନେ ଇଏ ତ ସୋପାନ

ସେଠି ସତ୍ କର୍ମେ ହିଁ ଉଦ୍ଧାରନ୍ତି ଭଗବାନ


ଏହାହିଁ ତ ବୋଧେ ସୃଷ୍ଟିର ଆହ୍ୱାନ

ତା ବିପକ୍ଷେ ଗଲେ, କରେ ସେ ଦହନ

ନିରେଖି ଦେଖ ତାରେ

ଛାଡିବନି କେବେ, ତାକୁ କଲେ ହୀନିମାନ 

ସେ ଆସେ ପୁଣି ଫେରେ ତା ବାଟେ

ତା ସାଥେ ଲଢନା.. 

ଲଢ଼ିବାକୁ ବଳାଅନା ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract