STORYMIRROR

Ansuman Swain

Classics

3  

Ansuman Swain

Classics

ଜାଳିବି ଜାଗର

ଜାଳିବି ଜାଗର

1 min
189


ଜାଳିବି ଜାଗର ଆହେ ସମ୍ଭୁନାଥ

   ରାତ୍ରୀ ରହି ଉଜାଗର 

କରିବି ଦର୍ଶନ ଗାଇବି ଜଣାଣ 

  ହେ ପ୍ରଭୁ ଭୋଳାଶଙ୍କର ।।


ଶହେଆଠ ବେଲ ପତର

    ନେଇଯିବି ହେ ଅଦିଶ୍ୱର

ନଡ଼ିଆ,କଦଳୀ, କ୍ଷୀର ରେ

   ପୁଜୀବୀ ମୁଁ ତୁମ ପୟର ।।


ପଳାଶ ,ଗୟଶ ,ଦୁଦୂରା,ଅରଖ

  କରି ଦେବି ମୁହିଁ ହାର

ତମ ମହାମନ୍ତ୍ର ଗାନ କରି,କରି

  ରହିବି ରାତି ଉଜାଗର 

           ହେ ପ୍ରଭୁ ଭୋଳାଶଙ୍କର।।


ବରଷ ଜାକର ପାପ ନାଶ କରି

         ଦିଅ ମୋତେ ଅନୁମତି 

ହେ ପାର୍ବତୀ ପତି ଦିଅ ମୋତେ ଶକ୍ତି

            ଜାଳେ ମୁଁ ଜାଗର ବତୀ ।।


ତମ ମହାଦୀପ ଦେଖି ମୋର ମନୁ

   ହେଉ ସବୁ ଦୁଃଖ ଦୂର 

ଆହେ ଭୋଳାନାଥ ଏ ତୁମ ଜଗତ

   କର ହେ ତମେ ଉଦ୍ଧାର 

             ହେ ପ୍ରଭୁ ଭୋଳାଶଙ୍କର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics