ଜାଳିବି ଜାଗର
ଜାଳିବି ଜାଗର
ଜାଳିବି ଜାଗର ଆହେ ସମ୍ଭୁନାଥ
ରାତ୍ରୀ ରହି ଉଜାଗର
କରିବି ଦର୍ଶନ ଗାଇବି ଜଣାଣ
ହେ ପ୍ରଭୁ ଭୋଳାଶଙ୍କର ।।
ଶହେଆଠ ବେଲ ପତର
ନେଇଯିବି ହେ ଅଦିଶ୍ୱର
ନଡ଼ିଆ,କଦଳୀ, କ୍ଷୀର ରେ
ପୁଜୀବୀ ମୁଁ ତୁମ ପୟର ।।
ପଳାଶ ,ଗୟଶ ,ଦୁଦୂରା,ଅରଖ
କରି ଦେବି ମୁହିଁ ହାର
ତମ ମହାମନ୍ତ୍ର ଗାନ କରି,କରି
ରହିବି ରାତି ଉଜାଗର
ହେ ପ୍ରଭୁ ଭୋଳାଶଙ୍କର।।
ବରଷ ଜାକର ପାପ ନାଶ କରି
ଦିଅ ମୋତେ ଅନୁମତି
ହେ ପାର୍ବତୀ ପତି ଦିଅ ମୋତେ ଶକ୍ତି
ଜାଳେ ମୁଁ ଜାଗର ବତୀ ।।
ତମ ମହାଦୀପ ଦେଖି ମୋର ମନୁ
ହେଉ ସବୁ ଦୁଃଖ ଦୂର
ଆହେ ଭୋଳାନାଥ ଏ ତୁମ ଜଗତ
କର ହେ ତମେ ଉଦ୍ଧାର
ହେ ପ୍ରଭୁ ଭୋଳାଶଙ୍କର।।
