ଜାଗୃତି
ଜାଗୃତି
ଜନହିତେ ଦୀପଟିଏ ଜାଳି ଜାଗୃତି ର
ଜଗେଇବା ଜନମନେ ମନ୍ତ୍ର ଜୀଇଁ ବାର
ଜମିଥିବା କୁସଂସ୍କାର ଜତନରେ ପୋଛି ଦେଇ
ଜତେଇବା ମାନବର ଅଛି କି କି ଅଧିକାର ।
ନାରୀ ବା ପୁରୁଷ ହେଉ ବୃଦ୍ଧ କି ଜବାନ
ହିନ୍ଦୁ ଶିଖ୍ ମୁସଲିମ ଅବା ଖ୍ରୀଷ୍ଟିଆନ
ଜାତି ଧର୍ମ ଉଚ୍ଚ ନିଚ୍ଚ ଭେଦ ଭାବ ନାହିଁ
ବଂଚିବାର ଅଧିିକାରେ ସଭିଏଁ ସମାନ ।
ସ୍ବାଧୀନ ଆହାର ପୁଣି ସ୍ବାଧୀନ ବିହାର
ଶିକ୍ଷା ଦୀକ୍ଷା ଗ୍ରହଣ ରେ ସମ ଅଧିକାର
ନିଆଁ ପାଣି ରାସ୍ତା ଘାଟେ ନାହିଁ କଟକଣା
ସର୍ବ ସାଧାରଣ ସମ୍ପତ୍ତିରେ ସବୁ ହକଦାର ।
ଦାନା ମୁଠେ କପଡାଟେ ମୁଣ୍ଡ ଗୁଞିବାକୁ ଘର
ସସମ୍ମାନେ ମୁଣ୍ଡ ଟେକି ବାଟ ଚାଲିବାର
ଅଧିିିକାର ଅଛି, ଆମ ଅଧିକାର ଅଛି
କଥା କହିବାର । ନ୍ୟାଯ୍ୟ ଦାବି ପାଇବାର ।
କିଣା ବିକା ବନ୍ଦ ଆମେ ନୁହେଁ ପଣ୍ୟଦ୍ରବ୍ୟ
ବେଠି ଖଟିବେନି କେହି, ଶିଶୁ ନିଯୁକ୍ତି ନିଷେଧ
କନ୍ୟା ସନ୍ତାନ ଟେ ଆଦୌ ଅବାଞ୍ଛିତ ନୁହେଁ
ବୃଦ୍ଧ ପିିତା ମାତା ନୁହେଁ, ନୁହେଁ କେବେ ବୋଝ ।
ଅକାରଣେ ଦଣ୍ଡ ନ ପାଉ ନିର୍ଦ୍ଦୋଷ
ଦୁର୍ବଳ ଟେ ଯୁଗେ ଯୁଗେ ନ ହେଉ ଶୋଷିତ
ଲଜ୍ଜା ଅପମାନେ ଜର୍ଜରିତା ନ ହେଉ ପୀଡିତା
ଦୁଷ୍କର୍ମ କରିଛି ଯିଏ ହେଉ ସେ ଲଜ୍ଜିତ ।
ଭୁଲ୍ କରିବାନି, ସହିବାନି ଭୁଲ୍ ଦେଖି
ସ୍ବର ଉତ୍ତୋଳନ କଲେ ପାପୀ ପାଏ ଶାସ୍ତି
ହାତ ଗୁଞ୍ଜା ଦେବାନାହିଁ ନେବା ନାହିଁ ଲାଞ୍ଚ
ସତ୍ୟ ର ବ୍ରତୀ ଆମେ ଶତ୍ରୁ ଆମ ଅନ୍ୟାୟ ଅନୀତି ।
ଅଧିକାର ଜାଣିନେବା ଜାଣିବା କର୍ତ୍ତବ୍ୟ
ମଣିଷ ପଣିଆ ଆମ ନ ହେଉ ହନ୍ତବ୍ୟ
ଲିଭିଯାଉ ଆତଙ୍କର ଲେଲିହାନ ଶିଖା
ପ୍ରତି ହୃଦେ ଜାଗିଉଠୁ ପ୍ରେମ ମୈତ୍ରି ଭାବ ।
