STORYMIRROR

Prajna Paramita Mohanty

Inspirational

4  

Prajna Paramita Mohanty

Inspirational

ଜାଗୃତି

ଜାଗୃତି

1 min
17

ଏକ ଅବଚେତନ ମନ, ଏକ ଖିଆଲି ଢଙ୍ଗ,

 ଏକ ଉଛୁଳା ବୟସର ଉତ୍ତାଳ ତରଙ୍ଗ |

 ତରଙ୍ଗାୟିତ ସମଗ୍ର ମନ-ମସ୍ତିଷ୍କ-ଅଙ୍ଗ |


ଏକ ଉଦଭ୍ରାନ୍ତ ଭାବନା ଓ ଭ୍ରାନ୍ତି,

ଭ୍ରାନ୍ତିରୁ କ୍ଳାନ୍ତି....କ୍ଳାନ୍ତିରୁ ଆସକ୍ତି

ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି

 ଅଥଚ ନାହିଁ ସେଠି ଶାନ୍ତି |


ଖୋଜୁଛି ସେ, ଅଣ୍ଡାଳି ଚାଲୁଚି ତା' ଚତୁଃପାର୍ଶ୍ଵକୁ

 ଦୃଷ୍ଟି ଫେରାଇ ଚାଲିଛି, ବିସ୍ଫାରିତ ହେଲା ଯାଏଁ ଚକ୍ଷୁ |

ଭାବ; ଭାବରେ ଲାଗିଲାଣି ଡେଣା

 ନ ହୋଇ ସେ ବାଟବଣା

 ଏଇ ଉଡିଯିବ ପକ୍ଷୀରାଜ ଘୋଡା ପରି-

 ସପ୍ତ ମହାଦେଶ, ପଞ୍ଚମହାସାଗର ପାରି

ଖେଦି ପକାଇବ ସାରା ପୃଥିବୀକୁ,

 ନ ଥିବ କିଛି ଅପହଞ୍ଚ, ନିଷିଦ୍ଧ ଇଲାକା, ବା ପ୍ରବେଶନିଷେଧାହେବାକୁ |


 ସେ ପରା ଅଦୃଷ୍ଟ ! 

ସେ ଯେ ତା' ଅଭୀଷ୍ଟ |

ଅଦୂରେ ବୁଲୁଛି ଅଦୃଶ୍ୟ ହୋଇ,

ଏଇ ଅଛି ଆଉ ଏଇ ନାହିଁ |

ତୋଳି ଧରିବାକୁ ଈଛା- ଅଥଚ ଧରିପାରିବି ନାହିଁ |

  କାଇଁ ? କ'ଣ ପାଇଁ ?


 ତା'ର କ'ଣ ରୂପ, ରଙ୍ଗ, ଗନ୍ଧ ଅଛି କି ?

 ତା'ର କ'ଣ ଭାବ, ଭୀତି, ସ୍ଥିତି ଅଛି କି ?


 ସେ ପରା ଏକ ଅନୁଭବୀ ସତ୍ତା !

 ସେ ପରା ଏକ ନିର୍ଣ୍ଣୟୀ ବାର୍ତ୍ତା !


ଉଠ ! ଏ ପର୍ଯ୍ୟନ୍ତ କ'ଣ ଦେଖୁଅଛୁ ସ୍ଵପ୍ନ |

    ଏ ପର୍ଯ୍ୟନ୍ତ କ'ଣ ସେଠି ଅଛୁ ମଗ୍ନ |

  

ଫେରି ପାଆ ସ୍ଥିତି |

ଫେରି ପାଆ ପ୍ରକୃତି |

ପୁଣି ଏକ ପ୍ରସ୍ତୁତି,

ନେଇ ତା'ର ପ୍ରକୀର୍ତ୍ତି,

 ଆସୁଅଛି "ଜାଗୃତି" |



Rate this content
Log in

Similar oriya poem from Inspirational