STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ଜାଗ୍ରତ ହୁଅ ଓଡ଼ିଆ

ଜାଗ୍ରତ ହୁଅ ଓଡ଼ିଆ

1 min
231


ଐର ଖାରବେଳ   କପିଳେନ୍ଦ୍ର ଦେବ

     ଓଡ଼ିଆ ଜାତି ଗୌରବ

ତାଙ୍କରି ସନ୍ତାନ   ଉତ୍କଳ ସମ୍ମାନ

     ଆନନ୍ଦେ କରୁ ଗରବ ll


ଏବେ ସ୍ୱାର୍ଥ ନୀତି   ମୋହରେ ସମ୍ପତ୍ତି

     ବିବେକକୁ ଦେଉ ବିକି

ଟଙ୍କାର ଲାଳସା   ପଦବୀର ନିଶା

     ଇଜ୍ଜତକୁ ଦେଉ ଟେକି ll


କାମ ଲୋଭ ରଜ୍ଜୁ   ଛିଣ୍ଡାଇ ଫାସକୁ

      ଜାଗି ଉଠ ବୀର ଜାତି

ଅତୀତର ଗାଥା    ବଂଶ ଅନୁଚିନ୍ତା

      ଲଗାଅ ନିଜର ମତି ll


ମାଗଣାର ଖାଦ୍ୟ    ଧନୀଙ୍କ  ଆଦୃତ

      ହୀନ କା6ର୍ଯ୍ୟ ଖୁସି ମନ 

ବିପିଏଲ ଧାରୀ   ଏଠି କୋଟିପତି

     ହାତ ପାତେ ଲଜ୍ଜା ହୀନ ll


ପଦବୀ  ପାଇଁକି    ମୁଣ୍ଡିଆ ମାରିକି

     ଭିକ୍ଷା ମାଗେ ଜନ ମତ

ନିରୀହ ଓଡ଼ିଆ   ପାଇ ମାଂସ ଟଙ୍କା

     ପରୋଚିତ ନିଜ ମତ ll


ପାଇ ଜନ ମତ   କରେ ନିଜ ହିତ

     ଆଦର୍ଶ କେବଳ ତୁଣ୍ଡ

ଜାତୀୟ ସମ୍ପତ୍ତି   ଲୁଣ୍ଠେ ଦିନ ରାତି

     କୁଟ କପଟରେ ମୁଣ୍ଡ ll


ମୁଷ୍ଟିମେୟ ଆଜି   ସତ୍ୟର ପୂଜାରୀ

      ଭ୍ରଷ୍ଟାଚାରି ନ୍ୟାୟ ପତି

କରେ ଅତ୍ୟାଚାର   ନକରି ବିଚାର

       ନୀରବ ଓଡ଼ିଆ ଜାତି ll


ଭାଷା କବଳିତ    ଓଡ଼ିଆ ଲାଂଛିତ

      ବିଦେଶୀର ଅନୁଗତ

ଭୁଲିକି  ସଂସ୍କୃତି    ଅନ୍ୟ ଭାଷା ପ୍ରୀତି

      ଧର୍ମ ହୀନ କାର୍ଯ୍ୟରତ ll

  

ଜଗନ୍ନାଥ ଦେଶ   ଓଡିଶା ପ୍ରଦେଶ

      ବିଶ୍ୱରେ ସଦା ବନ୍ଦିତ

ଏବେ ହୀନିମାନ    ଚରିତ୍ର ସ୍ଖଳନ

       ଅଶିକ୍ଷାରେ କବଳିତ ll


ହୁଅରେ  ଜାଗ୍ରତ    ଦେଖୁଯେ ଜଗତ

      ସତ୍ୟ ଧର୍ମ ଜାତି ପ୍ରେମ

ସ୍ୱାର୍ଥ ତ୍ୟାଗ ଦାନ    ବ୍ରତରେ ଜୀବନ

       ଓଡ଼ିଆର ରଖ ନାମ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational