Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

3  

Sarojini Mishra

Inspirational

ଜାଗ୍ରତ ହୁଅ ଓଡିଆ

ଜାଗ୍ରତ ହୁଅ ଓଡିଆ

2 mins
151



ଓଡିଶା ମୋ ମାଟି ଓଡ଼ିଆ ମୋ ଭାଷା

କହିଲେ ଲାଗେ ବଢିଆ

ଓଡିଶା ମାଟିରେ ଜଗତର ନାଥ

ସିଏ ପରା ଆମ କାଳିଆ

ମାତୃଭୂମି ପ୍ରୀତି ମାତୃଭାଷା ପ୍ରେମ

ହୃଦୟେ ଜଗାଇ ଦେବା

ଜାଗ୍ରତ ହୁଅ ଓଡିଆ .......


ମୋ ମାଟିର ଗାଥା ପୂଣ୍ୟ ପବିତ୍ର

ସଭିଏଁ ଆମେ ଜାଣିବା

ସେ ଗାଥାରେ ଲେଖା ମୋ ମାଟି ମାଆର

ଅପୂର୍ବ ତା ଚିତ୍ରଲେଖା

ଜୀବନ ଜୀଇଁବା ଶିଖାଏ ଆମକୁ

ଜାଳେ ଆଲୋକ ବର୍ତ୍ତିକା

ଜାଗ୍ରତ ହୁଅ ଓଡିଆ.......


ମୋ ମାଟି ସଂସ୍କୃତି ଶୁଦ୍ଧ ପରମ୍ପରା

ତ୍ୟାଗ ମନ୍ତ୍ରେ ସେ ଆଗୁଆ

ପରିବାରେ ପ୍ରେମ ଉଜ୍ୱଳ ଦୀପିକା

ଅନ୍ତଃସ୍ଵର ତାର ଅଲିଭା

ତାହାରି ମନ୍ତ୍ରରେ ମହୀୟାନ ହୋଇ

ଜାଳିବା ପ୍ରେମ ବର୍ତ୍ତିକା

ଜାଗ୍ରତ ହୁଅ ଓଡିଆ..........


ମୋ ମାଟି ଓଡ଼ିଶା ସବୁଠୁ ଅଲଗା

ଅଲଗା ତା ବେଶ ଭୂଷା

ସୌନ୍ଦର୍ଯ୍ୟ ମଣ୍ଡିତ ମୋର ମାଟି ମାଆ

ଖାଦ୍ୟ ବି ତାର ନିଆରା 

ଭୁଲିବାନି ତାର ଅନ୍ତଃସ୍ଵର କେବେ

ଯାହା ଦିଏ ସ୍ଵତନ୍ତ୍ରତା

ଜାଗ୍ରତ ହୁଅ ଓଡିଆ.........


ମୋ ମାଟିର ବିଭା ପ୍ରକୃତିର ଶୋଭା

ଅପୂର୍ବ ତା ସୁନ୍ଦରତା

ସଭିଙ୍କୁ ସେ ଟାଣି ଆଣେ ନିକଟକୁ

ସାଜିବାନି ତାର ହନ୍ତା

ବଜାୟ ରଖିବା ତାର ସୁନ୍ଦରତା

ହେବା ଯେ ଜଗତଜିତା

ଜାଗ୍ରତ ହୁଅ ଓଡିଆ.......


ବୀର ମାଟି ମୋର ଓଡ଼ିଶା ରାଇଜ

ରକ୍ତରେ ସାହସ ଭରା

ଦେଶ ମାତୃକାର ସ୍ଵାଭିମାନ ପାଇଁ

ଦେଇଥାଏ ସେ ଡାକରା

ମାତୃଭୂମି ମାତୃଭାଷାର ମମତା

ହୃଦୟେ ଜଗାଇ ଦେବା

ଜାଗ୍ରତ ହୁଅ ଓଡିଆ......


ବୋଉ ହାତ ରନ୍ଧା ବାପାଙ୍କ ଶାସନେ

ଆତ୍ମୀୟତା କରିଥାଏ

ଶାଗ ପଖାଳ ବି କୁଡିଆ ଘରରେ

ମମତା ପରଶୁ ଥାଏ

ବାପାଙ୍କ ଶାସନେ ଆମ ଭବିଷ୍ୟତ

ରାଜିନାମା ପରା ଲେଖା

ଜାଗ୍ରତ ହୁଅ ଓଡିଆ.........


ଓଡ଼ିଆ ସଂସ୍କୃତି କେତେ ମହୀୟାନ

ତ୍ୟାଗ ମନ୍ତ୍ରରେ ପ୍ଳାବିତା

ଭ୍ରାତୃ ଭଗ୍ନୀ ପ୍ରେମ ପତାକା ଉଡ଼ାନ୍ତି

କାଳିଆ ଆମ ଦେବତା

ଶାନ୍ତିର ରାଜ୍ୟ କ୍ରାନ୍ତିର କ୍ଷେତ୍ର

ଦିଏ ସମସ୍ତଙ୍କୁ ବାର୍ତ୍ତା

ଜାଗ୍ରତ ହୁଅ ଓଡିଆ.......


ଶିବ ଶାକ୍ତ ଅବା ଜୈନ୍ୟ ଖ୍ରୀଷ୍ଟିୟାନ

ହିନ୍ଦୁ ଅବା ବୁଦ୍ଧ ଚେତା

ସମସ୍ତେ ଏଠାରେ ଭ୍ରାତୃତ୍ଵ ମନ୍ତ୍ରରେ 

ହୋଇ ଅଛନ୍ତି ଦୀକ୍ଷିତା

ଲିଭୁ ହିଂସା ଖେଦ ଲିଭୁ ଭେଦ ଭାବ

ଜାଗୁ ଯେ ମାନବିକତା

ଜାଗ୍ରତ ହୁଅ ଓଡିଆ........


ଆମ ଜଗନ୍ନାଥ କାଳିଆ ସାଆନ୍ତ

ଅଟନ୍ତି ବିଶ୍ଵଦେବତା

ବିଶ୍ଵ ଭାବନାରେ ମହୀୟାନ ପରା

ଜଗନ୍ନାଥ ପରମ୍ପରା

ବ୍ୟକ୍ତି କୈନ୍ଦ୍ରିକତା ଆମ ଗାଥା ନୁହେଁ

ଗୋଷ୍ଠି କୈନ୍ଦ୍ରିକ ହୋଇବା

ଜାଗ୍ରତ ହୁଅ ଓଡିଆ........


ଗଣତନ୍ତ୍ର ଦେଶ ଆମେ ତାର ଅଂଶ 

ତାହାର ମାନେ ବୁଝିବା 

ବିକ୍ରି କରିବାନି ମଣିଷ ପଣିଆ

ସତ୍ୟେ ଆମେ ଠିଆ ହେବା

ପଲ୍ଲୀ ବହୁଳ ଆମରି ରାଜ୍ୟକୁ

ଅନ୍ୟାୟରୁ ମୁକାଳିବା

ଜାଗ୍ରତ ହୁଅ ଓଡିଆ......


ଶିକ୍ଷିତ ହୋଇବା ସଂସ୍କାରକୁ ନେଇ

ହୃତ ଯଶ ଫେରାଇବା

ସଭିଙ୍କ ପାଖରେ ଆପଣା ପଣର

ଚିହ୍ନ ଆମେ ଯେ ଦେଖିବା

ଘରେ ଘରେ ପୁଣି ଶାନ୍ତି ବିରାଜିବ

ସଂସ୍କାରର ବାର୍ତ୍ତା ଦେବା

ଜାଗ୍ରତ ହୁଅ ଓଡିଆ.......


ଆମେ ତ ଓଡ଼ିଆ ଭାଷା ମୋ ବଢିଆ

ସାହିତ୍ୟେ ଅମର ଗାଥା

ଭାଷାକୁ କରିବା ରୁଦ୍ଧିମନ୍ତ ଆମେ

ସାହିତ୍ୟକୁ ଯେ ବୁଝିବା

ପାଦ ବଢାଇବା ଆଗକୁ ଆଗକୁ

ବିଶ୍ଵେ ବିଦିତ ହୋଇବା

ଜାଗ୍ରତ ହୁଅ ଓଡିଆ........


ଆମ ଜଗନ୍ନାଥ ବଡ଼ ସେ ଦୟାକୁ

ଜାଗୃତି ର ମନ୍ତ୍ର ଦେବେ

ମୋର ମାଟି ହେବ ଶାନ୍ତ କାନ୍ତ ମୟ

ପ୍ରେମେ ଦୀକ୍ଷିତ କରିବେ

ଶିକ୍ଷା-ସଂସ୍କାରର ମଧୁର ଧ୍ଵନିକୁ

ଜନ ମାନସେ ଭରିବା 

ଜାଗ୍ରତ ହୁଅ ଓଡିଆ........

ଜାଗ୍ରତ ହୁଅ ଓଡିଆ......

ଜାଗ୍ରତ ହୁଅ ଓଡିଆ...



Rate this content
Log in

Similar oriya poem from Inspirational