STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଇଶ୍ୱର

ଇଶ୍ୱର

1 min
262


ଏକାନ୍ତରେ ତୁମେ ଥରେ ଥରେ ଆସ ଠାକୁର

ଭକ୍ତ ମନୋରଥ ପୁରାଅ ବାରେ ଇଶ୍ୱର

ଭାବ ଥିଲେ ପୂଜା ଫଳ ମିଳେ ପୂଜି ପଥର

ଭାବ ବିହୀନ ପୂଜା ପଦ୍ଧତିରେ ନାହିଁ ଭାବ ଡୋର

ଭକ୍ତ ଡାକେ ହରି କେତେ ଆଶା କରି ହେଲି ନିଥର

ଆଶା ଓ କାମନା କରି କରି ଯାଏ ସରଗଦ୍ୱାର

ପାପ ଓ ପୁଣ୍ୟ କରୁଛ ନିକିତି ଧରି ବିଚାର

କାହାକୁ ତାରୁଛ ମାରୁଛ ହୋଇ ସତ୍ୱର

ନିରାଶାରେ ଆଶା କାମନାରେ ତୃଷା ପାରାବାର

ରଖେ ହରି ତ ମାରିବ କିଏ ଭକ୍ତର ବିଚାର

ଅଶ୍ରୁ ଟୋପେ ଦେଇ ଅନ୍ତରୁ ଡାକିଲେ ମିଳ ଠାକୁର

ଅଭାବ ଭାବରେ କରନାହିଁ କେବେ ସୁଵିଚାର

ହରି ହର ଭେଟଘାଟ ଜୀବନରେ ଏକମାତର

ଦେଖିବାକୁ ଆଖି ପାଣି ଆଖିରେ ମରେ ବାରବାର

ତୁମେ କେବେ ଭକ୍ତର କେବେ ପଥ ପାଥେୟର

ଭକ୍ତ ଖୋଜେ ନିରନ୍ତର ଗଗନ ପବନ ଖଣ୍ଡାଧାର

ଭାବ ଥିଲେ ପାଶେ ଠିଆ ଗୋଲକବିହାରୀ ଏଥର

ଭକ୍ତି ଥିଲେ ଲୁହ ମହୁପରି ବାସିବ ତୁଳସୀ ଘରଦୁଆର

ଚନ୍ଦନ କସ୍ତୁରୀ ଅଗରୁ ମହମହ ଶୁଦ୍ଧ ଅନ୍ତର

ଛାଇଟିଏ କେବେ ଛତା ଟିଏ ମୁଣ୍ଡେ ତୁମେ ଠାକୁର

ଆଜିଯାଏ ବାଟ କଢେଇ ଆଣିଛ ପ୍ରଣାମ ମୋ ଘେନାକର ।


Rate this content
Log in

Similar oriya poem from Classics