STORYMIRROR

Rojalin Mishra

Inspirational

3  

Rojalin Mishra

Inspirational

ଇଣ୍ଟରନେଟ୍

ଇଣ୍ଟରନେଟ୍

1 min
11.9K

ଇଣ୍ଟରନେଟ୍ ର କୁହୁକ ଶକ୍ତି ବଳରେ

ଅନ୍ତରୀକ୍ଷ ନୀଳିମାରେ ଉଡ଼ିବୁଲେ ଆଜି

ସଭ୍ୟ ଦୁନିଆର ବିଜ୍ଞାନୀ ମଣିଷ,

ଯେତେ ଆଗକୁ ବଢ଼ିଲେ ବି

ଭୁୁଲି ନାହିଁ ସିଏ

ପ୍ରେମ ଆଉ ପୁୁୁଲକର ସ୍ପର୍ଶ।।

କରିପାରେ ଯୋଗାଯୋଗ

ଖୁୁୁବ୍ କମ୍ ସମୟରେ,

ପ୍ରତିଷ୍ଠିତ କରେ ମାନବକୁ

ଉଚ୍ଚ ପଦ ପଦବୀରେ।।

ଶିକ୍ଷା ପଦ୍ଧତିିକୁ କରେ

ସହଜ,ଉନ୍ନତ,

ତଥ୍ୟ,ପ୍ରମାଣପତ୍ର ଆଦି

ହୋଇପାରେ ସୁରକ୍ଷିତ।।

ମିିିଳି ମିଶି କାର୍ଯ୍ୟ କଲେ

ନିିସ୍ତରଙ୍ଗ ଉଦାସ ଜୀବନ ବି ପାଲଟିଯାଏ

ଅନ୍ତରଙ୍ଗ,ଅନୁପମ ମଧୁ ମୂର୍ଛନା,

ସଂପର୍କର ସୁଶୀତଳ ଭାତୃତ୍ୱବୋଧ ଭିିିତରୁ

ଶୁୁୁଭେ ସମର୍ପିିିତ ମଙ୍ଗଳମୟ ଦିବ୍ୟ ପ୍ରାର୍ଥନା ।।

ଏକା ସାଥେ ଥିଲେ

ଅନାୟାସେ ଟାଳି ହେବ

ମଧ୍ୟାହ୍ନର କଷ୍ଟ କ୍ଳାନ୍ତି,

ମାନବିକତା ସହ ଶିକ୍ଷାର ସମନ୍ୱୟେ

ହେବ ଦେଶର ସର୍ବାଙ୍ଗୀନ ଉନ୍ନତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational