STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଇନକିଲାବ ଜିନ୍ଦାବାଦ

ଇନକିଲାବ ଜିନ୍ଦାବାଦ

2 mins
229

ଇନକିଲାବ ଜିନ୍ଦାବାଦ ଇନକିଲାବ ଜିନ୍ଦାବାଦ

 ଅପୂର୍ବ ସାହସ ଦେଖାଇଯାଇଛ

କରିବାପାଇଁକି ଏଇ ଭାରତକୁ ଆଜାଦ 11

ବିଶ୍ୱଯୁଦ୍ଧର ଘନଘଟା ମଧ୍ୟେ

 ଭାରତ ଛାଡ ଆନ୍ଦୋଳନ ପାଇଁ ଡାକଦେଇଥା'ନ୍ତି ଗାନ୍ଧୀ

 ଆଜାଦ୍ ହିନ୍ଦ୍ ଫଉଜ ଗଢିଲ ସ୍ୱାଧୀନତାର ଅଭିସନ୍ଧି

ଆଜାଦ୍ ହିନ୍ଦ୍ ବେତାର ଯନ୍ତ୍ରରୁ କହିଥିଲ ପରା ତୁମେ

“ ଗାନ୍ଧିଜୀ ତୁମେ ପୂଜ୍ୟ ଭାରତେ ଜାତିର ଜନକ ତୁମେ 1

ଅହିଂସା ଲଢେଇ ଜାରିରଖ ତୁମେ ପୂଣ୍ୟ ଭାରତ ଭୂମେ 

ଅସ୍ତ୍ରର ଜବାବ ଅସ୍ତ୍ରେ ଦେବି ମୁଁ ସାହସରେ ରଣ ଭୂମେ1”

ଆଜାଦ୍ ହିନ୍ଦର ପୋଷାକ ଭିତରୁ ଗର୍ଜି ଉଠିଲ ତୁମେ

“ରକତ ଦିଅ ମୁଁ ସ୍ୱାଧୀନତା ଦେବି, ଦିଲ୍ଲୀ ଚଲୋ

 ଆଜାଦ୍ ହୋଇବ ଭାରତ ମାତା ଆଜାଦ୍ ହୋଇବା ଆମେ1”

ବାଜିଣ ଉଠିଲା ରଣ ଦୁନ୍ଦୁଭି ଥରିଲା ବ୍ରିଟିଶ୍ ଛାତି

ତୁମ ପରାକ୍ରମ ଅବାକ୍ କରିଲା ଉଦ୍-ବୁଦ୍ଧ ହେଲା ଏ ଜାତି 1

ନେତାଜୀ ହେ ତୁମେ ହୋଇ ସେନାଧ୍ୟକ୍ଷ ଆଜାଦ ହିନ୍ଦଫଉଜର

ଅମାପ ଶକତି ଭରିଦେଲ ତୁମେ ଅଦମ୍ୟ ସାହସ ପରାକ୍ରମର 1

ହିମାଳୟ ଡେଇଁ ମାଡି ଆସିଲ ତୁମେ ବର୍ମା ମଣୀପୁର ଆସାମ

ଆଜାଦ୍ ହିନ୍ଦ ସରକାର ଗଢିଣ ଲଢିଲ ଆମ ସ୍ୱାଧୀନତାସଂଗ୍ରାମ 

ପରମାଣୁ ବୋମା ଥରାଇଣ ଦେଲା ଜାପାନ ଦେଶର ଛାତି

ପାଇପାରିଲନି ତାହାରି ସାହାଯ୍ୟ ପଛକୁ ଯାଇଥିଲ ହଟି 11

ବାପୁଜୀ ସମେତ କଂଗ୍ରେସ ନେତାଙ୍କୁ ବ୍ରିଟିଶ୍ କଲା ଏଣେ ବନ୍ଦୀ

ଭାରତ ଛାଡ ଆନ୍ଦୋଳନ ବିଫଳ କରିଲା ବ୍ରିଟିଶ କରିଣ ଫନ୍ଦି1

 ଆମେରିକା ବଳେ ବିଶ୍ୱ ଯୁଦ୍ଧ ସିନା ବ୍ରିଟେନ୍ ପାରିଥିଲା ଜିଣି

ବାପୁଜୀ ନେତାଜୀ ପରାକ୍ରମ କିନ୍ତୁ ଠିକ୍ ପାରିଥିଲା ଜାଣି 11

 ଅନ୍ଧକାରେ ଆଉ ରଖିହେବନାହିଁ ସ୍ୱାଧୀନ ଭାରତ ରବି

ରୁଜ୍ଭେଲ୍ଟଙ୍କ କଥାରେ ଚର୍ଚ୍ଚିଲ ଦେଖିଲେ ଏ କଥା ଭାବି 11

ଉଣେଇଶି ଶହ ପଞ୍ଚଚାଳିଶ ସାଲର ଦୁର୍ଘଟଣାର କାହାଣୀ

ଶୁଣିବି ମନରେ ବିଶ୍ୱାସ ହେଉନି ପାରୁନାହୁଁ ଆମେ ଜାଣି 11

ବିଶ୍ୱାସ ଅଛି ଦିନେ ନା ଦିନେ ହେବ ତୁମ ଆବିର୍ଭାବ

ମରିନାହଁ ତୁମେ ସେ ଦୁର୍ଘଟଣାରେ କେଉଁଠାରେ ନିଶ୍ଚେ ଥିବ11

 ଆଜି ମନେ ପଡ ତୁମେ ହେ ନେତାଜୀ ଝୁରଇ ଭାରତ ମାତା

ଗର୍ବେ ବଖାଣୁଛି କଟକ ନଗର ତୁମ ବୀରତ୍ବ ଅମର ଗାଥା11

ବୀରପ୍ରସବିନୀ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ତୁମେ

ଅକ୍ଷୟ ଅଟେ ତୁମ ଯଶଖ୍ୟାତି ଚିର ଅମର ଭାରତଭୂମେ11

ସ୍ୱାଧୀନ ହେଲେ ବି ସ୍ୱାଧୀନତା ନାହିଁ ଆଜି ଏ ଭାରତ ଭୂମେ

ରକତ ଦେଉନି ରକତ ନେଉଛି ଆଜି ସ୍ୱାଧିନତାର ନାମେ 11

 ଆସ ଅବତରି ଭାରତ ଭୂମିକୁ ପୁଣି ଆଉଥରେ ତୁମେ

ଚକ୍ର ପେଶୀ ଦୁର୍ନୀତି ନାଶି ନକ୍ରବିନାଶପାଇଁ ଏ ପୂଣ୍ୟଧାମେ11

ଯେଉଁ ଦେଶପାଇଁ ସ୍ୱପ୍ନ ଦେଖିଥିଲ ତାହାର ପ୍ରତିଷ୍ଠା ପାଇଁ

ସତ୍ୟ ନୀତି ଧର୍ମ ପରାଧୀନ ଆଜି ତାର ସ୍ୱାଧୀନତା ନାହିଁ11

ଦୁର୍ନୀତି ଅନ୍ୟାୟ ଅନୀତି ବରୁଦ୍ଧେ ସ୍ୱାଧୀନତାର ମହାଯୁଦ୍ଧ

 ଲଢିବା ପାଇଁକି ଆସ ଅବତରି ଶେଷ ସ୍ୱାଧୀନତା ଯୁଦ୍ଧ 11



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational