STORYMIRROR

Mishra Manasi

Abstract

3  

Mishra Manasi

Abstract

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
240


ସମୁଦ୍ରର ବାଲୁକା ଶେଜରେ ଶୋଇ

ନିନ୍ନିମେଷେ ଚାହିଁଛି ଫାଙ୍କା ଆକାଶକୁ

ଧଳା ଧଳା ଭସାବାଦଲ ରେ

ଆଙ୍କି ହେଉଛି ଜୀବନରେ କେତେକେତେ

ଅଙ୍କା ବଙ୍କା ନକ୍ସା ।


ହାତୀ ,ଘୋଡା ,ବାଘ ,ଭାଲୁ 

ପିଲାଦିନ ପାଳଭୂତ ,ଧୂଳିବାଲିଘର

ଶୈଶବ ରେ ଚୁଲ ବୁଲି ରଙ୍ଗୀନ

ପ୍ରଜାପତି ଧରିବାର ନିଶା

ଫୁଲ ଫଗୁଣରେ ମଳୟ ମହକ

ରୂପେଲି ସ୍ୱପ୍ନିଳସମୟ      

ମେଞ୍ଚା ମେଞ୍ଚା ସ୍ବପ୍ନ ଆଉ ବାସ୍ତବ

ଜଳ ଛବି ସବୁ

ଫେଣ୍ଟି ଫାଣ୍ଟି କ୍ଷଣକେ ଲିଭିଲିଭି

ଭାସି ଯାଉଛି ବଉଦରେ

         ଦୂର ଆକାଶକୁ।


ନା ଏଠି ଅଛି ପାଇବାର ମୋହ

ନା ହରେଇବାର ଦୁଃଖ 

ଖାଲି ବିଭୋର ଆନନ୍ଦ ଆଉ ଆନନ୍ଦ । ।

ସାରାଦିନ ଧାଉଁ ଥିବା

ଅସ୍ତାଚଳ ସୁରୁଜଟା

ସଜହେଲାଣି ଘୁମେଇବାକୁ ମାଆ କୋଳରେ।              

ଦିନ ଲିହି ଲିହି ଡାଆଣିଆଖରା 

ବିଛୁରି ଯାଉଛି ଭୂଇଁରୁ ଆକାଶ।


ଅପର ପାରୁଶେ ସାତରଙ୍ଗ ଵୁଣି ଵୁଣି

ରଙ୍ଗେଇ ଇନ୍ଦ୍ରଧନୁ

ଉଇଁ ଆସୁଛି ପ୍ରାଚୀ ମଥାନରୁ ।


ନୀଳ ଅମାପ ଉତ୍ତାଳ 

ଉର୍ମି ତାଳେ ତାଳେ 

ପ୍ରତି ବିମ୍ବ ନାଚି ନାଚି 

ଵୁଣି ଦେଉଛି ସବୁଜ 

ସ୍ବପ୍ନକଣିକାଟେ 

ଅଙ୍କୁରିତ କ୍ଷୀଣ ଦୀପ ଶିଖାର

ସ୍ତିମୀତ ଆଲୋକ 

ଚେନାଏ ହସ ବାଣ୍ଟୁଛି

ବହଳ ଅନ୍ଧାରକୁ ।



Rate this content
Log in

Similar oriya poem from Abstract