STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଈଶ୍ୱରଙ୍କୁ ଚିଠି

ଈଶ୍ୱରଙ୍କୁ ଚିଠି

1 min
248


ଅଶ୍ରୁପୂର୍ଣ୍ଣ ନେତ୍ରେ ଦୁଃଖିତ ମନରେ

ଲେଖୁଛି ଈଶ୍ୱରେ ଚିଠି,

ନିରୋଗର ପାଇଁ ଲେଖୁ ଅଛି ଚିଠି

କଷ୍ଟ ନ ରହୁ ହିଁ ଏଠି।୧।


ଚିଠି ନୁହେଁ ଏହି ଭକ୍ତଙ୍କ ଯନ୍ତ୍ରଣା

ହାହାକାର ଭରା ଚିଠି,

ଗୁହାରି ଈଶ୍ୱରେ ଅଭୟଟି ଦେବେ

ଭକ୍ତଙ୍କ ଦୁଃଖର ଚିଠି।୨।


ନିରୋଗ କରିବେ ମନୁଷ୍ୟ ଜାତିକୁ

ଅଦୃଶ୍ୟ ରୋଗର ଠାରୁ,

ଉଜ୍ଜ୍ୱଳ ଭବିଷ୍ୟ ଗଢିବେ ତାଙ୍କର

ଭୟାବହ ସ୍ଥିତି ଠାରୁ।୩।


ଆତ୍ମନିର୍ଭରଟି କରିବେ ଦେଶକୁ

ସବୁ ହିଁ ଦେଶେ ହୋଇବ,

ଆତ୍ମବିଶ୍ୱାସରେ ଶକ୍ତିଶାଳୀ ଦେଶ

ବିଶ୍ୱକୁ ଗୌରବ ଦେବ।୪।


ଲେଖୁ ଅଛି ଚିଠି ଈଶ୍ୱରଙ୍କୁ ଆଜି

ନିଃସ୍ୱାର୍ଥର ଭାବ ପାଇଁ

ନିଃସ୍ୱାର୍ଥୀ ହୋଇଣ କର୍ମ ହିଁ କରିବେ

ଦେଶର ଉନ୍ନତି ପାଇଁ।୫।


ଚିଠି ଲେଖୁ ଅଛି ଦୁଃଖିତ ମନରେ

ପ୍ରେମ ଭକ୍ତି ଶ୍ରଦ୍ଧା ପାଇଁ,

ଭରି ଦିଅ ପ୍ରଭୁ ଜ୍ଞାନ ଧର୍ମ ତ୍ୟାଗ

ଦେଶର ବୈଭବ ପାଇଁ।୬।


ଗୃହ ଶତ୍ରୁ ଆଜି ତାଣ୍ଡବ କରନ୍ତି

ରାଷ୍ଟ୍ର ବିରୋଧରେ ଆଜି,

ଏପରି ଜନକ ବିନାଶ କରହେ

ଲେଖୁ ଅଛି ଚିଠି ଆଜି।୭।


ଲେଖୁ ଅଛି ଚିଠି ଈଶ୍ୱର ପାଖକୁ

ଜନକଲ୍ୟାଣର ପାଇଁ,

ଜନକଲ୍ୟାଣରେ ସମର୍ପଣ ଭାବ

ରହୁ ସଦାସଦା ପାଇଁ।୮।


ଶକ୍ତିଶାଳୀ କର ଦେଶର ଗୌରବ

ଶକ୍ତିଶାଳୀ କର ସେନା,

ସବୁ କ୍ଷେତ୍ରେ ଦେଶ ଶକ୍ତିଶାଳୀ ରହୁ

ଶକ୍ତି ରୂପେ ହିଁ ବିଜ୍ଞାନ।୯।


ନୂଆ ଆବିଷ୍କାର ବୈଜ୍ଞାନିକ କରୁ

ଜୟ ଗାନ ହେଉ ବିଶ୍ୱେ,

ବିଶ୍ୱର କଲ୍ୟାଣେ ଆଗୁଆ ଟି ହେଉ

ଗୌରବ ମିଳୁଟି ବିଶ୍ୱେ।୧୦।


ଚିଠି ଲେଖୁ ଅଛି ଈଶ୍ୱର ଚରଣେ

ଗୁହାରି ଶୁଣିବେ ନିଶ୍ଚେ,

ଈଶ୍ୱରୀୟ ଶକ୍ତି ଅର୍ପଣ କରିବେ

ମନରେ ଭରସା ନିଶ୍ଚେ।୧୧।


ଅଶ୍ରୁପୂର୍ଣ୍ଣ ନେତ୍ରେ ଦୁଃଖିତ ମନରେ

ଲେଖୁଛି ଈଶ୍ୱରେ ଚିଠି,

ନିରୋଗର ପାଇଁ ଲେଖୁ ଅଛି ଚିଠି

କଷ୍ଟ ନ ରହୁ ହିଁ ଏଠି।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational