STORYMIRROR

SushreeShibanee Das

Inspirational

2  

SushreeShibanee Das

Inspirational

ଈଶ୍ୱରୀ

ଈଶ୍ୱରୀ

1 min
14.2K


"ମା" ଅମୃତ ବରଦାନ ପରମାତ୍ମାଙ୍କ ପ୍ରତିରୂପର....

ମାତୃ ଗୁରୁ ଆତ୍ମା ଶରୀର ଚେତନା ସଂସ୍କାରର,

ଦୁନିଆର ଶ୍ରେଷ୍ଠ ଅଲୌକିକ ପ୍ରେମ.....

ପ୍ରକୃତି ସୌନ୍ଦର୍ଯ୍ୟର ପ୍ରଥମ ଆଲିଙ୍ଗନ,

ସନ୍ତାନର କଷ୍ଟକୁ ପ୍ରଥମେ ଯେ ଚିହ୍ନିପାରେ.....                     

ଯେ ଦୁନିଆରେ ସବୁଠାରୁ ବେଶି ଝୁରେ,

କଣ୍ଟାର ରାସ୍ତାରେ ଫୁଲର କୋମଳତା.....

ତୃପ୍ତିର ଅସରନ୍ତି ସମ୍ପଦର ସୌହାର୍ଯ୍ୟତା,

ସ୍ନେହ ଆଉ ରାଗର ଖଟା ମିଠା ରସ.....

ପରଙ୍କ ଦୁନିଆରେ ଆପଣାର ଏକମାତ୍ର ବିଶ୍ଵାସ,

ସମର୍ପଣ ଆଉ ପ୍ରେମର ଅପୂର୍ବ ସମାହାର.....

ସନ୍ତାନର ପ୍ରଥମ ଆଶା ଆଉ ସ୍ଵପ୍ନର ସାକ୍ଷ୍ୟକାର,

ସମ୍ବେଦନା ଭାବନା ଅନୁଭବ "ମା"......

କାନ୍ଦୁରା ମୁହଁରେ ପ୍ରଥମ ଚୁମା,

ବତ୍ସାଲ୍ୟ ମମତାର ମିଠା ଝରଣା.....

ଜୀବନ ଜପାମାଳିର ଶୀତଳ ମୂର୍ଚ୍ଛନା, 

ସେ ତ୍ୟାଗ ତପସ୍ୟା ସେବାର ମୂର୍ତ୍ତି .....

ଚତୁଃର୍ଦ୍ଧାମ ତପ ସାଧନା ଯଜ୍ଞ ପୂର୍ଣ୍ଣାହୁତି,

ମା' ର କଥା ଅସରନ୍ତି ଅନାଦି, ଅଧ୍ୟାୟ ନୁହେଁ.....

ମମତାର ପରିସୀମା କୌଣସି ପର୍ଯ୍ୟାୟ ନୁହେଁ,

ମା' ର ମହତ୍ୱ ବିଶ୍ୱରେ କେବେ ସ୍ଵଳ୍ପ ନୁହେଁ…..

ମା ସରି ଅମୃତମୟୀ ଆଉ କେହି ନୁହେଁ,

ସେ ଥକେ ନାହିଁ, ସେ ହାରେ ନାହିଁ.....

ଅଶ୍ରୁ ସ୍ଵେଦ ରକ୍ତ ଦେଇ,ଖାଲି ଦେଇ ଚାଲେ ମାଗେ ନାହିଁ,

ଅସରନ୍ତି ମାତୃତ୍ଵର ପ୍ରେମ ନିଦର୍ଶନ,

କିଏ ବା ପାରିବ ଶୁଝି ମା'ର ରୁଣ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational