STORYMIRROR

PUSPALATA SAHOO

Abstract

4  

PUSPALATA SAHOO

Abstract

ଈଶ୍ୱର

ଈଶ୍ୱର

1 min
639


ଆହେ ଭୋଳାନାଥ ନାଥଙ୍କର ନାଥ

ତ୍ରିନାଥଙ୍କ ମଧ୍ୟେ ଶ୍ରେଷ୍ଠ

ହଳାହଳ ବିଷ ପାନ କରି ତୁମେ

ନାମ ବହିଲ ନୀଳକଣ୍ଠ ।

ତ୍ରିଲୋଚନେ ଦେଖ ବିଶ୍ୱ ଜଗତକୁ

ଆହେ ଦେବ ମହେଶ୍ୱର

ତୁମରି ଆଜ୍ଞାରେ ଚଳେ ଏ ଜଗତ

ତୁମେ ଜଗତ ଈଶ୍ୱର ।

ଜଟାରେ ବାନ୍ଧିଛ ବଉଳର ମାଳା

କଣ୍ଠେ ରୁଦ୍ରାକ୍ଷର ହାର

ମସ୍ତକରେ ଶୋଭା ସରଗର ଶଶୀ

ଝରାଇ ଗଙ୍ଗାର ଧାର ।

ତ୍ରିଶାଖା ପତରେ ସଜେଇଛ ଦେହ

ଅପରୂପ ଶୋଭାକାନ୍ତି

ଦୁଦୁରା କେତକୀ ଅରଖ ଗୟଶ

ଚାରିପାଖେ ମହକନ୍ତି ।

କେତେ ଜନମର ପୂଣ୍ୟଫଳେ ସେଯେ

ଲଭିଲେ ତୁମ ପରଶ

ଧନ୍ୟ ହେଲେ ଏହି ମର୍ତ୍ତ୍ୟ ମଣ୍ଡଳରେ

ରଖିଲ ତାଙ୍କରି ଯଶ ।

କରି ଦିଅ ନାଥ ତ୍ରିଶାଖା ପତର

ରହିଥିବି ସଦା ପାଖେ

ତୁମରି ସେବାରେ ବିତାଇ ମୋ ଦିନ

ମଉଳିବି ତବ ପାଦେ ।।


Rate this content
Log in

Similar oriya poem from Abstract