ଈଶ୍ୱର
ଈଶ୍ୱର
ଧୋଇବି ପ୍ରଭୁହେ ତବଶ୍ରୀ ପୟର
ସାଇତି ରଖିଛି ନୟନରେ ନିର
ଗଳେ ପିନ୍ଧାଇବି ବୋଲି ମୁଁ ଗୁନ୍ଥିଛି
ଭକତି କୁସୁମ ହାର ।
ହେ ଈଶ୍ୱର ହେ ଈଶ୍ୱର
ବାରେ ତୁମେ ଦୟାକର
ତୁମ ସୃଷ୍ଟିକୁ ଯେ ରକ୍ଷା କର ।
ହେ ଈଶ୍ଵର ହେ ଈଶ୍ୱର ।
ମର୍ତ୍ତ୍ୟକୁ ଓହ୍ଲାଇ ଆସ ପ୍ରଭୁ ଆଜି
କୋରନରେ ଗଲେ କେତେ ଲୋକ ହଜି
ଶ୍ରଷ୍ଟା ତୁମେ ପ୍ରଭୁ ସବୁ ତୁମ ସୃଷ୍ଟି
ଢାଳି ଦିଅ ପ୍ରଭୁ କରୁଣାର ବୃଷ୍ଟି ।
କୋରନାକୁ ଦୂରକର
ବିଶ୍ଵ ତବ ରକ୍ଷା କର।
ହେ ଈଶ୍ୱର ହେ ଈଶ୍ୱର
କେତେ କେତେ ଘର ଉଜୁଡ଼ି ଗଲାଣି
ପୋକ ମାଛି ପରି ମଣିଷ ମଲେଣି
ବାରେ ପ୍ରଭୁ ଦୟାକର ଏବିଶ୍ବ ତବ ରକ୍ଷା କର ।
ହେ ଈଶ୍ୱର ହେ ଈଶ୍ୱର ।
