ଈଶ୍ୱର
ଈଶ୍ୱର
ଈଶ୍ୱର ସେ ମୋ ଭାବନା ସହିତ ଜଡିତ
ଈଶ୍ୱର ସେ ମୋ ମନ କଥା ବୁଝିପାରନ୍ତି
ଈଶ୍ୱର ସେ ଅନ୍ତର୍ଯ୍ୟାମୀ, ଭାବଗ୍ରାହୀ
ଭାବକୁ ନିକଟ ଅଭାବ କୁ ଦୂର
ସେ ପୁଣି ନିକଟରୁ ନିକଟତର
ସେ ସାକାର ପୁଣି ନିରାକାର
ସେ ପୁଣି ସର୍ବବ୍ୟାପି, ସର୍ବତ୍ର ବିଦ୍ୟମାନ
ସେ ପୁଣି ସର୍ବଶକ୍ତିମାନ, ଖୋଜେ ଐଶରୀୟ ସତ୍ତା......
ମରୁବାଲି ଜୀବନଟା, ଏ ଜୀଵନ ନୌକା
ଜୀଵନ ମୋ ଯେବେ ପାଲଟିଯାଏ ଉଛୁଳା ନଈ
ମୁଁ ଯମୁନା ହୁଏ, ଜୀଵନ ଯମୁନା ଉଛୁଳେ ଯେବେ
ସେତିକି ବେଳେ ମୁଁ ଖୋଜେ ଈଶ୍ୱର.................
