STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଈର୍ଷା ଯେବେ ଛୁଏଁ

ଈର୍ଷା ଯେବେ ଛୁଏଁ

1 min
342


ମନୁଷ୍ୟର ପରିସ୍ଥିତି ସବୁବେଳେ

‌ସମାନ ନଥାଏ ....

‌ବେଳେ ବେଳେ ସୁଗୁଣ ସହ

‌ଦୁର୍ଗୁଣ ବି ପ୍ରକାଶ ପାଏ ...

‌ଈର୍ଷା ଏକ ମନ୍ଦଗୁଣ

‌ଦେଖାଦେଲେ ଥରେ ...

‌କ୍ରୋଧବଢେ ଅହଂବଶ

‌ବିବେକ ତା' ହାରେ ....

‌ଅନୁତାପ କଲେ ପଛେ

‌ଆଉ କି ସେ ଫେରେ ..?

‌ଫିଙ୍ଗିଦେଇଥିବା କଥା

‌କ୍ରୋଧବଶ ଭରେ ...

‌ଈର୍ଷା ଭାବ ଛୁଏଁ ଯେବେ

‌ମନକୁ ଯେ ଥରେ ...

‌ମନ୍ଦଗୁଣ ଜିତିଯାଏ

‌ସୁଗୁଣ ବି ହାରେ ....

‌ହାରଜିତ୍ ମନୁଷ୍ୟର

‌ସ୍ବଭାବିକ କ୍ରିୟା

‌କାହିଁକି ମନରେ ହୁଏ

‌ଏତେ ପ୍ରତିକ୍ରିୟା ....

‌ପ୍ରକୃତିସ୍ଥ ଯେବେ ହୁଏ

‌ଭାବେ ପ୍ରତିକ୍ଷଣ

‌କାହିଁକି ମୋ ବୀପରୀତ

‌ବୁଦ୍ଧି ହେଲା ବାମ ...

‌ଥରେ,ଦୁଇଥର ପରେ

‌ମୁହିଁ ଜାଣିଗଲି

‌ସେ ମୁହୂର୍ତ୍ତ ଉପୁଜିଲେ

‌ଚୁପ୍ ଚାପ ହେଲି ...

‌କ୍ରୋଧ ସବୁକୁ ଯେ ପିଏ

‌ଅହଂକାର ଚିରି ....

‌ସୁଗୁଣ ତ ଜିତିଗଲା

‌ଦୁର୍ଗୁଣକୁ ମାରି .....

‌     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract