ଇଏ କି ପ୍ରକାର ସମ୍ପର୍କ ?
ଇଏ କି ପ୍ରକାର ସମ୍ପର୍କ ?
କେଉଁ ସେ ଦେବତା କିଏ ସେ ଜଣେ
ମୋ ମାର ଛବି ଆଙ୍କି ଥିଲା
ତା ହାତରେ ଗଢି ମୋ ପାଇଁ ସେ
ମା ର ଉପହାର ଟିଏ ଦେଇଦେଲା |
କେଉଁ ରଙ୍ଗର ତୂଳୀ ସାଜି ସିଏ
ମୋ ମାର ସ୍ପର୍ଶ କୁ ତିଆରି କରିଥିଲା
ଜନ୍ମରୁ ମତେ ଏଇଟା ତୋ ମାର ସ୍ପର୍ଶ ବୋଲି
ପ୍ରଥମେ ଛୁଆଇଁ ଦେଇଥିଲା |
କେଉଁ କାରିଗର ସେ କେଉଁ ତୂଳୀ ରେ
ମୋ ମାର ଗର୍ଭ ଗଢି ଥିଲା
ଏତେ ଛୋଟ ଜାଗାରେ ଜାଗା କରି ଦେଇ
ଆମକୁ ପେଟରେ ତା ଧାରଣ କରିନେଲା |
ନଅ ମାସ ଆମ କୁ ପେଟରେ ଧରି
ବୋଝକୁ ବି ନିଜର ଭାବିଲା
ଜନ୍ମରୁ ସେ ମୃତ୍ୟୁ ପର୍ଯ୍ୟନ୍ତ
ମୋର ଛୁଆ ସେ ଗର୍ବ ରେ ସଭିଙ୍କୁ କହିଲା |
ରଙ୍ଗ ବୋଲି ଗୋଟେ ରଙ୍ଗ ଅଛି
ପ୍ରେମର ସ୍ନେହର ଯେ ରଙ୍ଗ
ଭଙ୍ଗା ତୂଳୀ ହଉ କି ନୁଆଁ ତୂଳୀରେ
ସାଜିବା ଆମେ ମା ପାଇଁ ଏକ ନୁଆଁ ଖୁସିର ଅମୂଲ୍ୟ ରଙ୍ଗ |
