STORYMIRROR

sasmita sahu

Inspirational

3  

sasmita sahu

Inspirational

ଇଚ୍ଛା

ଇଚ୍ଛା

1 min
13.7K


କେବେ କେମିତି

ଭାରି ଇଚ୍ଛା ହୁଏ

ଦୁଇ ଆଙ୍ଗୁଠି ଫାଙ୍କରେ

ସିଗାରେଟ ଖଣ୍ଡେ ଧରି

ଧୂଆଁ ସବୁ ଉର୍ଦ୍ଧ୍ବକୁ ଫିଙ୍ଗି

ମଜା ନେବାକୁ

ଧୂଆଁର କୁଣ୍ଡଳୀ ଆକାଶର

ନିଲିମାରେ ମିଶିବା ଆଗରୁ

ସ୍ବପ୍ନଟିଏ ଗଢି ଦେବାକୁ।

କେବେ କେମିତି

ଭାରି ଇଚ୍ଛା ହୁଏ

ଆକବର ହେଇଯିବାକୁ

ଭାରି ଲୋଭ ମୋର

ସେଇ ସିଂହାସନଟା

ମୁଁ ଥିବି ସବାଉପରେ

ଆଉ ସମସ୍ତେ ଏଇଠି

ଠିକ୍ ଆଜି ମୁଁ ଯେଉଁଠି।

କେବେ କେମିତି

ଭାରି ଇଚ୍ଛା ହୁଏ

ମଝି ସମୁଦ୍ରର ଢେଉଭାଙ୍ଗି

ତା ଗେରୁଆ ମାୟାବି ପବନରେ

ହଜିଯିବାକୁ।

କେବେ କେମିତି

ଭାରି ଇଚ୍ଛା ହୁଏ

ସହର ତଳି ବେଶ୍ୟାପଡାରେ ବୁଲି

ତାଙ୍କ ଜୀବନ ବୃତ୍ତାନ୍ତ ଜାଣିବାକୁ।

ହେଲେ ସଭିଙ୍କ ଆକଟଭରା ଆଖି

ତୁ ଝିଅଟା....

ନୀରବରେ ଗୁନ୍ଥିହେଇଯାଏ

ଯେତେସବୁ ଇଚ୍ଛା ଅବଶର ସୂତାରେ।


-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational