STORYMIRROR

Smitali Priyadarsini Panda

Abstract Drama Thriller

3  

Smitali Priyadarsini Panda

Abstract Drama Thriller

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
218


ଇଚ୍ଛା ହୁଏ ଫୁଲ ହୋଇ ଫୁଟିବା ପାଇଁ

ଗଛ ପାଖୁଡ଼ାରେ

ଆଉ ମଉଳିଯିବାକୁ 

ଈଶ୍ବରଙ୍କ ପାଦ ତଳେ ।


ଇଚ୍ଛା ହୁଏ ବୃକ୍ଷଟି ଏ ହେବା ପାଇଁ

ଶୁନଶାନ୍ ରାସ୍ତାରେ

ପଥିକକୁ ଦେବା ପାଇଁ ଶୀତଳର ଛାୟା ।


ଇଚ୍ଛା ହୁଏ ତାରା ଟିଏ ହେବା ପାଇଁ 

ମୁକ୍ତ ଗଗନରେ 

ଆଲୋକିତ କରିବା ପାଇଁ

ମୋ କ୍ଷୁଦ୍ର ଆଲୋକରେ ।


ଇଚ୍ଛା ହୁଏ ଝରଣା ଟିଏ ହୋଇ ବହିଯିବାକୁ

ପୃଥିବୀ ବକ୍ଷରେ 

ପାଇଯାଆନ୍ତି ଆନନ୍ଦ

ତୃଷ୍ଣାକୁ ଜଳଦାନ କରିବାରେ ।



Rate this content
Log in

Similar oriya poem from Abstract