STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ହୁଅନ୍ତି ମୁଁ ତୁଳସୀ ଟିଏ

ହୁଅନ୍ତି ମୁଁ ତୁଳସୀ ଟିଏ

1 min
311

ମନରେ ମୋର ଛୋଟ ଇଛା ଅଛି

ହୁଅନ୍ତି କି ପ୍ରଭୁ ମୁଁ ତୁଳସୀ ଟିଏ

ସବୁ ନାରୀମାନେ ଖୁସି ମନରେ 

ତୋଳନ୍ତେ ଫୁଲ ଡାଲାରେ ସଜାଇ

ତୁମ ମଥାରେ ସଜାଇ ଦିଅନ୍ତେ

ହେ ଜଗନ୍ନାଥ ତୁମ ପାଖରେ 

ନିଜକୁ ପାଇ 

ମୁଁ ପ୍ରସନ୍ନତାର ବିଭୋର ପଣରେ 

ନିଜକୁ ଭୁଲିଯାଆନ୍ତି

ମୁଁ ନିଜକୁ ତୁଳସୀ ବୃକ୍ଷ ହେଇଥାନ୍ତି

କାର୍ତ୍ତିକ ମାସ ଯାକ 

ସବୁ ଓଡ଼ିଆଣି ମତେ 

ବେଶୀ ପୂଜନ୍ତେ

ପଞ୍ଚୁକ ପାଞ୍ଚ ଦିନ 

ମୋ ପାଖରେ ସୁନ୍ଦର ମୁରୁଜ ଆଙ୍କନ୍ତେ

କୁମାର ପୁନେଇଁ ଦିନ 

କୁମାରୀ ଓ ଝିଅ ବୋହୂଙ୍କ 

ଗହଳ ଚହଳ ମୋ ପାଖରେ 

ଲାଗି ରହଁନ୍ତl

ଜ୍ଵର କାଶ ପାଇଁ ମତେ 

ନେଇ କାଢା ତିଆରି କରିଦିଅନ୍ତେ

ମା ମାଉସୀ ମାନେ

ଏଇ ସ୍ୱପ୍ନ ମୋର କେବେ ସତ ହେବ

ଦିନେ ତୁମ ଶ୍ରୀଅଙ୍ଗରେ ମୁଁ ଶୋଭା ପାଇବି

ମୁଁ ତୁଳସୀ ଟିଏ ହେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational