STORYMIRROR

Manorama Mohanty

Abstract

2  

Manorama Mohanty

Abstract

ହତଭାଗିନୀ ପ୍ରିୟଙ୍କା ରେଡ୍ଡୀ

ହତଭାଗିନୀ ପ୍ରିୟଙ୍କା ରେଡ୍ଡୀ

1 min
141

ସେଦିନ, ସେହି ସ୍ତୁପ ସ୍ତୁପ ନିର୍ଜନତା 

    ଆଉ ବିପୁଳ ଅନ୍ଧାର 

ତୁମ ସମର୍ପିତ ପଶୁସେବା ସାରି 

     ହୋଇଲ ବାହାର


ତୁମ ଚିରାଚରିତ ଗନ୍ତବ୍ୟ ପଥଥିଲା 

    ଅତି ଆପଣାର 

ଫେରିଯାଇ ମାଆହାତୁଖାଇବାକୁ 

    ଭାବ ହୃଦୟର


କିଏଜାଣିଥିଲା,ଛଳନାର ରଙ୍ଗଶାଳେ 

   ଫସିଯିବ ଏମିତି କିପରି 

ଯନ୍ତ୍ରଣା ର ଯଉଘରେ ଶୋଇଯିବ 

    କିଛି ନ ବିଚାରି


ଅବ୍ୟକ୍ତଭାଷା ଓ ଉଦବେଳିତ ହୃଦକମ୍ପନ ର ଡର 

ଦେଉଥିଲ କେତେ ଆକୁଳଆର୍ତ୍ତଚିତ୍କାର ସ୍ବର


କିନ୍ତୁ, ସେହି ଗାଢ଼ ନିର୍ଜନତା ଆଉବିପୁଳ ଅନ୍ଧାର

 ଚାରି ରାକ୍ଷସଙ୍କୁ କଲା ମତୁଆଲା 

    ଅଧୀର ଆକୁଳ 


ସୀମାହୀନ କାମନାର ତୃଷ୍ଣା ତାଙ୍କ ଖୋଜୁଥିଲା 

    ମଧୁ ଓ ମଦିରା 

ତୁମ ସୌନ୍ଦର୍ଯ୍ୟର ଗହଗହବାସ୍ନା 

    ତାଙ୍କୁକଲା ପୁଲକିତ 

    ମିଳିଗଲା ପିଇବାର ସୁରା 


ବୁଝିଲାନି ଲାଭକ୍ଷତିଦଣ୍ଡବିଧାନର 

    ଅନର୍ଥକ ଯୁକ୍ତି 

ରଚିଗଲେ ଇତିହାସ ମୃତ୍ୟୁଦଣ୍ଡ 

ପାଇବାକୁ କରିଗଲେ ଚୁକ୍ତି 


ଲୁଣ୍ଠିଲୁଣ୍ଠି ଜାଳିଦେଲେ ତୁମର ସେ ସମଗ୍ରସତ୍ତା 

ରହିଗଲା ଅଧାପୋଡା ଅବୟବ 

ପାଉଁଶ ର ଛିଟା 


ମାଆ କାନ୍ଦୁଅଛି ବାହୁନି ବାହୁନି 

   ସବୁମନେ ହାହା କାର ସ୍ବର 

ନ୍ୟାୟ ପାଇଁ ରାଜରାସ୍ତା ସାରା    

  ଚାଲୁଅଛି ଲମ୍ବା ପଟୁଆର 


ସକାଳ ର କଥା ସଞ୍ଜକୁ ନ ଥାଏ 

  ମଉଳିଲା ପରେ ଫୁଲ 

ଫୁଲ ସରଳତା ବାଧକ ସାଜିଛି 

   ସମାଜ ହାଟେ ଅମୁଲ୍ୟ 


ନାରୀନାମ୍ନୀ ଫୁଲ ସମାଜଉଦ୍ୟାନେ 

   ଲୋଲୁପ ହୁଅନ୍ତି ବାଇ 

ମଧୁଶୋଷିବାକୁ ବ୍ୟାକୁଳ ପରାଏ 

   ଆସନ୍ତି ସଭିଏଁ ଧାଇଁ 


କାମାନ୍ଧ ରାକ୍ଷସ କିଛି ତବୁଝିଲାନି 

   ଖିନଭିନ କରିଦେଲା 

ଭାବିଲା ବେଳକୁ ସବୁତ ସରିଛି 

   ଅକାଳେ ଉଜୁଡି ଗଲା 


ବିଟପୀ ପୁରୁଷ କାମୁକ ରାକ୍ଷସ 

 ମାରି ଶେଷେ ଜଳାଇଲା 

ନାରୀଟିଏ ହୋଇ ଜନମ ନେବାରେ 

   ସତେ କଣ ଭୁଲହେଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract