STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ହରିହର ବେଶ

ହରିହର ବେଶ

1 min
141


ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ଭିନ୍ନ ବେଶ

ହୁଅଇ ଭିନ୍ନ ତିଥିରେ

ହରିହର ବେଶ ନିହାତି ନିଆରା

ହୁଏ କାର୍ତ୍ତିକ ମାସରେ।


ସୋମବାର ଦିନ ହରିହର ବେଶ

ବଳଦେବ ଜୀଉଙ୍କର 

କାର୍ତ୍ତିକ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ

ମଧ୍ୟେ ପ୍ରତି ସୋମବାର ।


ପବନ ଆକାଶ ମଧ୍ୟରେ ପ୍ରଭେଦ

କିଛି ନାହିଁ ଯେଉଁ ପରି

ରୁଦ୍ର ହିଁ ବିଷ୍ଣୁ, ବିଷ୍ଣୁ ହିଁ ସ୍ଵୟଂ ଶିବ

ଏକ ଅଭିନ୍ନ ସେପରି ।


ଶ୍ରୀବଳଭଦ୍ର ଜିଉ ଶିବ ଓ ବିଷ୍ଣୁ 

ଶ୍ଵେତ ଓ କୃଷ୍ଣ ଶରୀର

ଅର୍ଦ୍ଧେକ କୃଷ୍ଣ ଏବଂ ଅର୍ଦ୍ଧେକ ଶ୍ଵେତ

ଶରୀର ଭିନ୍ନ ବର୍ଣ୍ଣ ର ।


ହରି ଓ ହର ସମନ୍ଵୟ ବେଶ

ହୁଏ ରତନ ବେଦୀରେ

ବିଧି ବିଧାନ ସହ ହୁଏ ପାଳନ

ପ୍ରତି କାର୍ତ୍ତିକ ମାସରେ ।


କାର୍ତ୍ତିକ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ

ପ୍ରତି ସୋମବାର ଦିନ

ଶ୍ରୀବଳଭଦ୍ରଙ୍କର ହରିହର ବେଶ

ହୋଇଥାଏ ଆୟୋଜନ।


ରାଧା ଦାମୋଦର ବେଶ ବିଧି ଅଛି

ଠିକ୍ ଏହି ସମୟରେ

କାର୍ତ୍ତିକ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ

ଭିନ୍ନ ବେଶ ସୋମବାରେ ।


ବଳଭଦ୍ରଙ୍କର ଶିବ ରୂପେ ପୂଜା

ପ୍ରତି ସୋମବାର ଦିନ

ଶ୍ରୀଅଙ୍ଗରେ ଶ୍ଵେତ କୃଷ୍ଣ ବସ୍ତ୍ର ଲାଗି

ହରିହର ରୂପାୟନ ।


ଶୈବ ବୈଷ୍ଣବ ର ସମନ୍ଵୟ କ୍ଷେତ୍ର

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ

ଶିବ ଓ ବିଷ୍ଣୁଙ୍କ ପୂଜା କାର୍ତ୍ତିକରେ

ହରିହରଙ୍କ ବେଶରେ‌।


ରତ୍ନ ସିଂହାସନରେ ଥାଇ ବେଶ

ହୋଇଥାଏ ଅନୁଷ୍ଠିତ

ଅବକାଶ ନୀତି ପର ଠାରୁ ହୁଏ

ବାଳ ଧୂପ ପରିଯନ୍ତ।


ବଳଭଦ୍ରଙ୍କର ଶିବ ରୂପେ ବେଢ଼ା

ନିଷ୍ଠା ସହିତ ପାଳନ

ବାଳ ଭୋଗ ଲାଗି ହେବା ବିଧି

ରହିଅଛି ପ୍ରଚଳନ ।


ଶ୍ରୀକ୍ଷେତ୍ରରେ ଶିବ ବଳଭଦ୍ର ରୂପେ

ପୂଜା ତୁଳସୀ ପତ୍ରରେ 

ବୈଷ୍ଣବ ରୂପରେ ପୂଜା ପାଉଛନ୍ତି

ବାସୁଦେବ ମନ୍ତର ରେ ।


ସୋମବାର ଦିନ ଏକାଦଶୀ ହେଲେ

ପୂଜା ବେଲ ପତର ରେ

ଶିବଙ୍କ ବାର ଅଟଇ ସୋମବାର

ମାନ୍ୟତା ରହିଛି ଶାସ୍ତ୍ରରେ ।


ହରିହର ବେଶର ଗୁଢ଼ ରହସ୍ୟ

ବୁଝିବା ନୁହେଁ ସହଜ

ହରି ଯିଏ ହର ସିଏ ବୁଝିବାକୁ 

ଜ୍ଞାନ ହିଁ ଅପରିହାର୍ଯ୍ୟ ।


କାର୍ତ୍ତିକ ମାସରେ ହରିହର ବେଶ

ଏକ ଦିବ୍ୟ ଅନୁଭବ

ଧର୍ମ ମାସରେ ବିଷ୍ଣୁ ଶିବ ସଂଯୁକ୍ତ

ହରି ବିଷ୍ଣୁ ହର ଶିବ ।


ହରିହର ବେଶ ବର୍ଷକରେ ଥରେ

ଚାଲ କରିବା ଦର୍ଶନ

ହରି ହର ନାମ ହୃଦୟ ରେ ଧ୍ୟାୟୀ

ସମର୍ପିବା ତନ ମନ ।



Rate this content
Log in

Similar oriya poem from Abstract