ହରେକୃଷ୍ଣ ହରେରାମ
ହରେକୃଷ୍ଣ ହରେରାମ


ଦେଉଳୁ ଦେଉଳ ଧାଉଁଅଛି ମୁହିଁ
ଲଭିବି ଦର୍ଶନ ତୁମ
ତୁମେ ସର୍ବ ବ୍ଯାପି ସବୁଠାରେ ଅଛ
ତୁମେ ପରା ଆତ୍ମାରାମ ॥
ଯାହା ମୁଁ ମାଗିଛି ତାହା ତ ଦେଇଛ
ଦେଇ ମଣିଷ ଜନମ
ଖୋଜିବି ତୁମକୁ କେଉଁଠାରେ ପ୍ରଭୁ
ସର୍ବଘଟ ତୁମ ଧାମ ॥
କଳିର କଳ୍ମଷ ହୋଇ ଯାଉ ନାଶ
ଜପି ଜପି ତବ ନାମ
ଥିବାଯାଏ ପିଣ୍ତ ଗାଉଥାଉ ତୁଣ୍ତ
ହରେକୃଷ୍ଣ ହରେରାମ ॥
ନାମ ହିଁ ମରମ ନାମ ହିଁ ପରମ
ନାମ ହିଁ ଯୁଗ ଧରମ
ନାମ ହିଁ ନାଶିବ ନାମ ହିଁ ଦଂଶିବ
କଳିର କଳା କରମ ॥
ନାମଟି ଅଭିନ୍ନ ନାମି ଠାରୁ ଜାଣ
ତତ୍ତ୍ବ ଅଟଇ ପରମ
ଭଜ ରାଧେଶ୍ୟାମ ନିତାଇ ଗୌରାଙ୍ଗ
ହରେକୃଷ୍ଣ ହରେରାମ ॥