ହୃଦୟେ ଅବ୍ୟବସ୍ଥା
ହୃଦୟେ ଅବ୍ୟବସ୍ଥା
ହୃଦୟ ଏତେ ଭିଡ଼ କେମିତି କେଜାଣି
ସୋରିଷ ପଡିବାକୁ ଜାଗା ନାହିଁ
ସ୍ମୃତି ଅତୀତ ଓ ବର୍ତ୍ତମାନର ଖୁନ୍ଦା ଖୁନ୍ଦି
ଭବିଷ୍ୟତ ଚିନ୍ତା ସବୁ ଆବୋରି
ଖଣ୍ଡିଆ ହେବାକୁ ଆଉ କେତେ ମାତ୍ର ବାକି
ସେଥିରେ ଗୋଟେ ଗୋଟେ ଦିନର କର୍ତ୍ତବ୍ୟ
ଜଞ୍ଜାଳ ଭିତରେ ମାନସିକ ଶାନ୍ତି ଆଶାନ୍ତି
ପୁଣି ଦ୍ଵନ୍ଦ କଳହ ମାନେ ପିଟାପିଟି
ଲାଗୁଛି ହୃଦୟ ନିଶ୍ଚୟ ଯିବ ଏଇଥର ଫାଟି
ଅଣନିଶ୍ୱାସୀ ହୋଇ ଅବା ହୃଦଘାତ କହି
ଏତେ ଭିଡ଼ ଜଗନ୍ନାଥ ମନ୍ଦିରେ ନଥିବ
ହୃଦୟେ ଏତେ ହସ କାନ୍ଦ ସୁଖ ଦୁଃଖ ଭାବ
କେଜାଣି ଅଳିଆ ସବୁ ପୋଡିବ କେମିତି
ଯିଏ ଯାହା ଜାଗା ଦଖଲେ ଅଛନ୍ତି
କେବଳ କହିଲେ ଓଁ ଶାନ୍ତି ଓଁ ଶାନ୍ତି
ଦଳେ ବାଟ ଭାଙ୍ଗି ଯାଇପାରନ୍ତି ଯେମିତି ଆଶାନ୍ତି
ଆଉ ଭାବରେ ଭଗବାନଙ୍କ ଶରଣରେ କେହି କେହି
ନିସ୍ତରିଲି ଆସକ୍ତି ଅଭିବ୍ୟକ୍ତି ଜଣାଇ ବାହୁଡ଼ିବେରହି
ହୃଦୟ ଗହଳି ଭାଙ୍ଗିଲେ ନିସ୍ତାର
ପାଇବି ବୋଧେ ମୁହିଁ
ନଚେତ ସ୍ବର୍ଗଦ୍ୱାର ଶେଷ ଆଶା
ମୋର ଜଳିବ ମୋ ଜୁଇ
ହୃଦୟଵାଲା ଥିଲା ବୋଲି ଲୋକେ ଥିବେ କହି
ଭାବରେ ଭଗବାନ ଯାହା କରିବେ ଜଗତ ସାଇଁ ।
