Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Romance

4  

Mamatamanjari Das

Romance

ହୃଦୟ ଟା ଦେଲାପରେ

ହୃଦୟ ଟା ଦେଲାପରେ

1 min
311


ଫଗୁଣ ଫଗୁରେ ଖୋଜୁଥିଲା ପ୍ରିୟା

ମୋ ଘର ଠିକଣା ଯେବେ

ଦେଲିନି ଚିହ୍ନା ମୁଁ ଆଖି ଫେରାଇଲି

ତା'କଥା ଭାବଇ ଏବେ ।

ନିରୋଳାରେ ଯେବେ ନିରେଖି ଦେଖିଲି

ପୁନେଇଁ ଜହ୍ନ ର ହସ

ବେନାମୀ ନଈ ରେ ଭସେଇ ଦେଲି ମୁଁ

ହୃଦୟର ଏହି ଶୋଷ ।

ଯେଉଁ ନିଶ୍ଵାସ କୁ ଆପଣା କରିଛି

ଅନ୍ଧାରେ ଜାଣିଲି ନାହିଁ

ଚିତ୍ରପଟ୍ଟ ଟିଏ ହୃଦୟରେ ମୋର

ଜୀଇଁଛି ମୁଁ ତା' ପାଇଁ  ।

ଅଜାଡି ଦେଇଛି ଭାଗ୍ୟ ଟିଏ ଲେଖି

ଚାହିଁ ନାହିଁ ରଖିବାକୁ

ଫିଟାଇ ଦେଇଛି ଫଗୁଣରେ ଆଜି

ଯାଉ ସିଏ ଉଡ଼ିବାକୁ ।

କଳା ହୃଦୟ ର ପ୍ରେମତ ଏ ନୁହେଁ

ଏ ତ ସ୍ୱଚ୍ଛ ନାଲି ରଙ୍ଗ

ପବିତ୍ର ମୋହର ମନର ଅଗଣାଟି

ସେଠି ଭରି ରହିଛି ସୁଗନ୍ଧ ।

ଫୁଟିଲେ ଫୁଲଟେ ଝଡିବ ଦିନେ ତ

ଝଡିଵାର ଵେଳ ହେଲେ

କେବେ ଫଗୁଣରେ କେବେ ସେ ବାସରେ

ଖୁସି ହୋଇ ଥାଏ ହୃଦୟଟି ଦେଲା ପରେ ।



Rate this content
Log in

Similar oriya poem from Romance