STORYMIRROR

Baidyanath Panda

Romance

4  

Baidyanath Panda

Romance

ହୋଲି

ହୋଲି

1 min
363

ସାତରଙ୍ଗ ଯାକ ଦେହରେ ତୋହର

ବୋଳିଦେଲା ପରେ ଗୋରୀ

ଫିକା ପଡିଗଲେ ତୋ ଆଗରେ ଯେତେ

ରମ୍ଭା ମେନକା ସୁନ୍ଦରୀ

ହଳଦୀ ରଙ୍ଗକୁ ତୋ ଦେହରେ ବୋଳି

ଗୋରୀ ତତେ ସଜାଇଲି

ନାରଙ୍ଗୀ ରଙ୍ଗକୁ ଅତି ଯତନରେ

ଓଠରେ ତୋ ଲଗାଇଲି

ନୀଳ ରଙ୍ଗ ଶାଢ଼ୀ ଯେବେ ପିନ୍ଧାଇଲି

ରୂପ ତୋ ବଦଳି ଗଲା

କଳାରଙ୍ଗ ମୋର ତୋ କଳା କେଶରେ

ସୃଷ୍ଟି କଲା ମେଘମାଳା

ନାଲିରଙ୍ଗକୁ ମୁଁ ଅଳତା କରିଣ

ପିନ୍ଧାଇଲି ତୋର ପାଦେ

ତୋ ନାଲି ଓଠର ହସ ଦେଖି ଦେଖି

ନିଆଁ ଲାଗେ ମୋର ହୃଦେ

ସାତଟି ରଙ୍ଗର ସମିଶ୍ରଣେ ମୁହିଁ

ବଦଳାଏ ତୋର ରଙ୍ଗ

ସେଥିପାଇଁ ବୋଧେ ମୋ ଦେହେ ମାରିଲୁ

ତୁହି ଛଳନାର ରଙ୍ଗ

ଯେତେ ମୁଁ ଧୋଉଛି ତୋ ରଙ୍ଗ ବଢୁଛି

ଯମା ଲିଭେନି ତା ଦାଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance