STORYMIRROR

Dharitri Das

Children

3  

Dharitri Das

Children

ହୋଲି

ହୋଲି

1 min
259


ଆସିଛିରେ ଭାଇ ଦେଖ ଆସିଛି ହୋଲି

ସାଥେ ଧରି ନାଲି ନେଳି ରଙ୍ଗ ରଙ୍ଗୋଲି।

ଫଗୁ ଦଶମୀରେ ଶ୍ରୀମନ୍ଦିରେ ଅଭିର

ବୋଳି ହୋଇଛନ୍ତି ସେହି ବଡ଼ ଠାକୁର।

ଆହା କି ସୁନ୍ଦର ଦିଶେ କଳା ଶ୍ରୀମୁଖ

ଦର୍ଶନେ ହଜିଲା ମୋର ସକଳ ଦୁଃଖ।

ସେହି ଅବିରରୁ ନନା ଟିକିଏ ଆଣି

ମସ୍ତକେ ମୋହର ଦେଲେ ଗାରଟେ ଟାଣି 

ଆସିଛିରେ..................।


ବିମାନେ ବସିଲେ ମୋର କଳା କହ୍ନେଇ

ସଙ୍ଗରେ ଅଛନ୍ତି ତାଙ୍କ ରାଧିକା ମାଇଁ।

ଆଗରେ ହେଉଛି ଦେଖ ଲଉଡ଼ି ଖେଳ

ନାଚନ୍ତି ଗୋପାଳ ପୁଏ ହୋଇଣ ମେଳ।

ପଛରେ କୀର୍ତ୍ତନ ସାଥେ ଅଭିର ବୋଳା

ଆହାକି ସୁନ୍ଦର ସେହି ଶ୍ରୀହରି ଲୀଳା।

ଆସିଛିରେ.....................।


ନଗର ଯାତରା କରି ନନ୍ଦନନ୍ଦନ

ମୋହିନିଏ ସତେକି ସଭିଙ୍କର ମନ।

କୁନା ମୁନା ଟୁନା ଆସ ଗୋପକୁ ଯିବା

ଗୋପ ପୁରେ ଯାଇ ଗୋପ ଲୀଳା ଦେଖିବା।

ଯୁଗଳ ମୁରତ୍ତି ପାଉ ଅଛନ୍ତି ପୂଜା

ଗୋପରେ ଶୁଭୁଛି ଦେଖ ନାଗରା ବାଜା।

ଆସିଛିରେ……………….…….।


କଳସ ଭାରରେ ସାଜେ ପଳାଶ ମାଳି

ଓଗାଳ ପଡୁଛି ଶୁଣ ଭଳିକି ଭଳି।

ପିଠା ପଣା ସାଥେ ଦୁଧ ବନ୍ଦାଣ କରି

ଭୋଜି ଭାତେ ମାତିଛନ୍ତି ଗୋପରେ ହରି

ଚାଲ ଚାଲ ଯିବା ଆମେ ସଭିଏଁ ତହିଁ

ଗୋପରେ ରାଧାକୃଷ୍ଣଙ୍କୁ ଦେଖିବା ପାଇଁ।

ଆସିଛିରେ......................।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children