STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ହୋଲି ରଙ୍ଗ

ହୋଲି ରଙ୍ଗ

1 min
384


ସାତରଙ୍ଗ ହୋଲି ବୋଲି 

ଏତେ ରଙ୍ଗ 

ଆସିଛି ବରଷ ପରେ 

ବାଣ୍ଟିବାକୁ ସତସଙ୍ଗ 

ସତରେ ପ୍ରକୃତିରେ ଏତେ ରଙ୍ଗ 

ମାଗିନେଇ କିଏ କେତେ ଅମଙ୍ଗ

ହେବାକୁ ହୋଲି ବୁଲି ବୁଲି କହି ଖାଲି 

ଆସ ଆସ ହେବା ସାଙ୍ଗ 

ଖାଇ ଭାଙ୍ଗ ହୋଇ ରଙ୍ଗ ଦେଖି ପଙ୍ଗ 

ସଳଖିବା ମଙ୍ଗ 

ନିଶାକୁ ନା କହି ଆଖି ଛୁଇଁ ରଙ୍ଗ ବୋଳି ହୋଇ 

ନିଶା ଖଚ ମିଛ ଜୁଆ ଜାନୁଭଙ୍ଗ 

ଏମିତି କେମିତି ମାଗିନେଲା ପ୍ରଜାପତି 

ଛିଟ ଛାଟ ରଙ୍ଗ 

ଆଉ ଯିଏ ଯେତେ ଥିଲେ କାଉ କୋଇଲି 

କଳା ବୋଳି ହେଲେ ସର୍ବାଙ୍ଗ

କେତେ ଆଉ ବାକି ପ୍ରକୃତିରେ ଏତେ ରଙ୍ଗ 

ହେଲେ କାହା ପାଇଁ ଅଛି ନାହିଁ ମଙ୍ଗ 

ରଙ୍ଗର ପସରାରେ ଏତେ ନାଲି ନେଳି ସବୁଜ 

ପାଇବାକୁ ରଙ୍ଗ ଖୋଜେ ଦୁଇଖଣ୍ଡ ଡାଙ୍ଗ 

ସେ ବି ନିଜେ କହେ ପାଚିଲେ ଏମିତି 

ମୋ ରଙ୍ଗ ସିନା ବେଢଙ୍ଗ 

କଞ୍ଚାରେ ନେଳି ପତ୍ର ପରି ସବୁ ହୋଇ ଗୋଳି 

ରଙ୍ଗ ମାଗେ ସୁସଙ୍ଗ 

ଆଜିକାଲି ତୋର ମୋର ତାର ହୋଇ ହୋଇ 

ରଙ୍ଗ ହେଲା ବିଭଙ୍ଗ 

ହୋଲି ଆସିଲେ ଖେଳିବେ ରାଧା କୃଷ୍ଣ 

ଦୋଳି ସାଙ୍ଗ ଫୁଲ ଦଙ୍ଗା ମଙ୍ଗ 

ଦେଖିବା ହରେକ ବସ୍ତୁ ଭିତରେ କେତେ 

ରଙ୍ଗର ପସରା ଆଗ

ରଙ୍ଗରେ ଆଜିକାଲି ବରାବର ବିରାଗ 

ଯେଣୁ ପଞ୍ଚଇନ୍ଦ୍ରୀୟରେ ଋଣ ରୋଗ 

ରଙ୍ଗ ମାଖି ଦେବା ସାକ୍ଷୀ ଆମେ ପକ୍ଷୀ 

ମାନିନେବୁ ନବରତ୍ନ ପରି ପଞ୍ଚାଙ୍ଗ ।


Rate this content
Log in

Similar oriya poem from Abstract