STORYMIRROR

Satyabati Swain

Inspirational

4  

Satyabati Swain

Inspirational

ହୋଇ ଅନେକରେ ଏକ

ହୋଇ ଅନେକରେ ଏକ

1 min
270

ପ୍ରଥମ ଶ୍ରେଣୀରେ ନାଁ ଲେଖେଇ

ଆମ ବିଦ୍ୟାଳୟକୁ ନୂଆ ହୋଇ

ଆସିଛି ଗୋଟେ ଝିଅ

ତାର ଭାରି ଗୋଲ ଗାଲିଆ ମୁହଁ ।


ଥୁକୁଲୁ ଥୁକୁଲୁ ଚାଲଇ ସେ 

ପାଟି ଲଗେଇ କୁହେ ମୂର୍କି ହସେ

ଭାରି ଚଞ୍ଚଳି ଚଗଲି

ନିମିଷକେ ସାରା ସ୍କୁଲ ଆସେ ବୁଲି। 


ଥରେ କହିଲେ ପ୍ରଧାନ ଶିକ୍ଷକ

ପିଲେ ଆଜି ଚକ ଚଟ ଲେଖ

ମନ ଧିଆନ ଲଗାଇ

ସୁନ୍ଦର ଚକ ଚଟ ଚିତ୍ର କରି ଦେଲା ସେହି।


ଦେଖି ଶିକ୍ଷକ ହୋଇଲେ କାବା

କି ସୁନ୍ଦର ଚିତ୍ର କି ଉପମା ଦେବା

ଭବିଷ୍ୟତ ରେ ଦିନେ

ଏ ପିଲା ଚିତ୍ର ଜଗତେ ହେବ ଜଣେ।


ପଞ୍ଚମ ଶ୍ରେଣୀ ଝିଅଟିର ହେଲା

ବ୍ଳକ ଚିତ୍ର ପ୍ରତିଯୋଗିତାକୁ ଗଲା

ହୋଇ ସେଠି ପ୍ରଥମ

ଜିଲ୍ଲା ସ୍ତରକୁ ଗଲା ତାହାରି ନାମ।


ଶିକ୍ଷକ ସବୁ ପିଲାଙ୍କୁ କହିଲେ ଶୁଣ

ସମସ୍ତଙ୍କ ଭିତରେ ଅଛି ଭଲ ଗୁଣ

ପରିବେଶ ପାଇଲେ

ସେ ପ୍ରତିଭାର ବିକାଶ ହେବ ଜାଣ।


ବଡ଼ ହେଲା ପରେ ସେହି ଝିଅ

ଚିତ୍ର ଜଗତେ ଛାପିଲା ତା ମୁହଁ

ଜୀବନ୍ତ ଚିତ୍ର ତାର

ସତେକି କଥା କହିଲେ କାଗଜ ପର।


ଗାଁ ଭୁଇଁର ବଢିଲା ଖ୍ୟାତି ତା ପାଇଁ

ଆନ୍ତର୍ଜାତୀୟ ଚିତ୍ରକରଟିଏ ହୋଇ

ରଖିଲା ଟେକ

ଦେଶ ଜାତିର ହୋଇ ଅନେକରେ ଏକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational