ହଁ ସ୍ମୁତି ତୁମେ
ହଁ ସ୍ମୁତି ତୁମେ
ସ୍ମୁତି !
ତୁମେ ଛୋଟ ଗୋଟେ ଶବଦ ,
ଜନମ ତୁମ ଅତୀତର ଅନୁଭୂତିରୁ ,
କିନ୍ତୁ ତୁମେ ଗନ୍ତାଘର ଅସରନ୍ତି ଖଟା ମିଠା ଅନୁଭବର,
ହେଲେ ଚାଲିଆସ ହୃଦୟର କୋଉ ଅବା ଅନ୍ତକୋଣରୁ
ସ୍ମୁତି ହଁ ସ୍ମୁତି ..........୧
କିଛି ତ ଦୁଖଃତ ,
ଗଡାଇ ଦିଏ ଲୁହ ଦୁଇ ଧାର ଆଖିରୁ,
ଆସିଗଲେ ଆଖିରେ ଫେବୃଆରୀ ଚାରି ଦୁଇ ହଜାର ବାରର,
ଯୋଉଦିନ ବାବାତୁମେ ଗଲ ମୋତେ ଏକା କରି ଏ ବିଶାଳ ଦୁନିଆରୁ
ସ୍ମୁତି ତୁମେ ସାଜିଗଲ କୋହ ଲୁହ ଧାରର
ସ୍ମୁତି ହଁ ସ୍ମୁତି....୨
ତୁମେ ସ୍ମୁତି କେବେ ତ କରିଛ ବହୁ ଆନନ୍ଦ,
ଯେବେ ଦେଖେ ମା ଙ୍କୁ ଥାଏ ମୋ ଚାରିଆଡ଼ରୁ,
ଆଉ ଭାରି ଖୁସି ଲାଗେ ମନେ ଯେବେ ଭାବେ ଦୃଶ୍ୟ ସେ ପିଲାଳିଆମୀ ର,
ଏମିତିକି ବାଇଶି ବରଷ ଯାଏ ବି ମୁ ବାବାଙ୍କ କୋଳରେ ଯେମିତି ଜାକିଜୁକି ହେଇ ଆମେ ବାପପୁଅ ଶୋଉ
ସ୍ମୁତି ତୁମେ କିଛି ଅନୁଭୁତି ହୃଦୟର ...
ତୁମେ ହଁ ସ୍ମୁତି.....୩
ସ୍ମୁତି ତୁମେ ଏକାନ୍ତ ବେଳର,
ଅତିଥି ସାଜ କେବେ ଏକୁଟିଆ ନିଛାଟିଆ ଖର।ବେଳର,
ତୁମେ ପୁଣି ଉଦଜିବିତ ହେଇ ଆସ ନିଶବ୍ଦ ମେଘରାତିର,
ପୁଣି ତୁମେ କେବେ ଚାଲି ଆସ କିରଣେ ଜୋଷ୍ଣା ବିଧୌତ ରାଜନୀର,
ପୁଣି କେବେ ଅମା ଅନ୍ଧକାରେ ସେ କାଳିମା ରଜନୀ ଅମାବାସ୍ୟାର
ସ୍ମୁ ତି ତୁମେ ହଁ ସ୍ମୁ ତି.......୪
ସ୍ମୁତି ତୁମେ ଅଙ୍କାବଙ୍କା ଯେପରି
ଗତି ଏକ ନଈର ,
ନଈ ଯେବେ ବହେ ସମତଳରେ ସ୍ମୁତି ତୁମେ ସାଜ ମିଠା ଅନୁଭୂତି ତାର ,
ଛାଡି ତାର କଷ୍ଟ ଭରା ସଂଘର୍ଷ ଗତି ପାହାଡିଆର,
ଯେବେ ସେ ଲୀନ ହେଇ ହୁଏ ଢେଉ ସାଗରରେ ସାଜ ମିଠା ଅନୁଭୂତି ନଈର
ସ୍ମୁ ତି ତୁମେ ମିଠା ଅନୁଭୂତି ସଙ୍ଘର୍ଷ ପରର ...
ସ୍ମୁତି ହଁ ସ୍ମୁତି.......୫
ସ୍ମୁତି ହେଇଛ ଉପସ୍ଥିତି ଅତୀତରେ ବାହାଘରର
ଯେପରି ସବାରି ପାନିକି ,
ପୁଣି ନୂଆ ବୋହୂର ପ୍ରଥମ ରଜ ସାବିତ୍ରୀ ଆଉ ଶେଷ ଖୁଦୁରୁକୁଣୀ,
ପୁଣି ତୁମେ ମିଠା ଅନୁଭୂତି ଗାଉଁଲି ବୋହୁର ସେ ଶେଷ କୁମାରପୁନେଇ ,
ତୁମେ କେବେ କାହା ଲାଗି ସୁନେଲି ଖରା ପୁଣି କେବେ ଛାଇ......
ସ୍ମୁ ତି ତୁମେ ଅଟ ରଙ୍ଗୀନ ...
ସ୍ମୁତି ହଁ ସ୍ମୁତି...୬
ସ୍ମୁତି ତୁମେ କେବେ ଗୋଧୂଳି ବେଳର ଗୋପଦ ଧୂଳି,
କେବେ ପୁଣି ପାହାନ୍ତା ବେଳର ମିଠା ସପନ,
ସ୍ମୁତି ତୁମେ ହେଇଯାଅ କେବେ ବରଷା ପରର ଇନ୍ଦ୍ରଧନୁର ଆକାଶ,
ସ୍ମୁତି ତୁମେ ପୁଣି ସାଜ କେବେ ସୁମନ ପ୍ରସ୍ଫୁଠିତ ଉପବନ
ସ୍ମୁତି ତୁମେ ସୌନ୍ଦର୍ଯ୍ୟ ପ୍ରକୃତିର
ସ୍ମୁତି ହଁ ସ୍ମୁତି....୭
ସ୍ମୁତି କେବଳ ସ୍ମୁତି
କେବଳ ଶବଦ ଗୋଟିଏ ଅନୁଭବର ,
ଖଟା ମିଠା ଅନୁଭୂତିର ,
ଛନ୍ଦମୟ ଶବଦ ଦୁଇଟି ଅକ୍ଷରର ,
ସ୍ମୁତି ତୁମେ ସର୍ବଦା କେବେ ସୁଖ କେବେ ଆଉ ଦୁଃଖର ।।
