Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Inspirational

5.0  

Anil kumar Pradhan

Inspirational

ହଜିଯାଇଛି ହଜାରେ ସ୍ବପ୍ନ

ହଜିଯାଇଛି ହଜାରେ ସ୍ବପ୍ନ

1 min
256


ଯନ୍ତ୍ରଣା ଏପରି ସହି ହେବ ନାହିଁ

ଏକତା ହେବାର ଅଛି

ଆତଙ୍କବାଦୀଙ୍କୁ ସଂହାର ନିମିତ୍ତ

ଏକକର ଦିବାନିଶି ।

ଶୋଇରୁହ ନାହିଁ ଭାରତୀୟବାସୀ

ଗର୍ଜନ କର ଗର୍ଭରୁ

ଆତଙ୍କବାଦୀଙ୍କୁ ଚୁରମାର କର

ସୃଷ୍ଟିର କୋଣ କୋଣରୁ ।

ରାଜନୀତି ନୁହେଁ ଦେଶଭକ୍ତି ଆଜି

ଦରକାର ଅଛି ଭାଇ

ସହୀଦ ବୀରଙ୍କୁ ଜବାବ ନଦେଲେ

ଧିକ ଭାରତୀୟ ତୁହି ।

ଆମରକ୍ଷା ପାଇଁ ଜୀବନକୁ ଢାଳି

କେତେ ହୁଅନ୍ତି ସହୀଦ

ଆଜି ଯଦି ସବୁ ଚୁପ ରହିଯିବା

କିବା ନୁହେଁ ପଶୁ ତୁଲ୍ୟ ।

ଗୁଳିର ଜବାବ ଗୁଳିରେ ନଦେଲେ

ଭୁଲ ହୋଇଯିବ ସବୁ

ଗାନ୍ଧୀଙ୍କୁ ଛାଡିକି ସୁଭାଷ ହେବାରେ

ସମୟ ଡାକୁଛି କେବୁ ।

ଧନ୍ୟରେ ଧନ୍ୟରେ ଭାରତୀୟ କହୁ

ଲଜ୍ଜା ଲାଗୁନି ଟିକେ

ସହୀଦ ଭାଇଙ୍କୁ ଆଖି ଆଗେ ଦେଖି

ସହିଛୁ ଏଯା କେମନ୍ତେ ?

ଆଗେଇ ଆସହେ ବୀରସନ୍ତାନ

ରକ୍ତ ଡାକୁଛି ରକ୍ତକୁ

କାନ୍ଧରେ କାନ୍ଧକୁ ଦେଇଦିଅ ଆଜି

ବିଶ୍ୱ ଏକତା ଦେଖୁ ।



Rate this content
Log in

Similar oriya poem from Inspirational